ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିଲକ୍ଷିତ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ, ଟାଉନ ଶାଖା ପକ୍ଷରୁ ‘ଓଡ଼ିଶା ମୋ ପରିବାର’ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ରକ୍ତଭଣ୍ଡାର ପରିସରରେ ଆୟୋଜିତ ଶିବିରକୁ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତଙ୍କ ସହଯୋଗରେ ସମ୍ପ୍ରତିି ବାଲେଶ୍ୱରରେ ରକ୍ତର ଅଭାବ ପୂରଣ ହୋଇପାରୁଛି ବୋଲି ସେ କହିଥିଲେ । ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ ନିୟମିତ ଏହିଭଳି ଶିବିର ଆୟୋଜନ ପାଇଁ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ସିମନ ଦାସମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ପୂର୍ବତନ ପୌରପାଳ ଆଲୋକ ସାହୁ, ଯୁବ ସଂଗଠକ ସାହିରୁଲ ହକ, ଶ୍ରମିକନେତା ଶାନ୍ତନୁ ଦାସ, ବିଜେଡି କୃଷକ ସେଲ ସଭାପତି ଅଜୟ ସାମଲ, ଯୁବନେତା ଲିପୁ ମିଶ୍ର, ନାରୀନେତ୍ରୀ ମିନତୀ ସେଠୀ ଓ ଆଶ୍ରିତା ତରେଇ, ଛାତ୍ର ନେତା ଚିନ୍ମୟ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସଂଯୋଜକ ଓମପ୍ରକାଶ ମହାପାତ୍ରଙ୍କ ସମେତ ବିଜୁ ଛାତ୍ର ଜନତା ଦଳର ରାହୁଲ ନାୟକ ଓ ଅମିତ ମହାନ୍ତି ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ । ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିର ଶେଷ ସୁଦ୍ଧା ୫୦ରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଛାତ୍ରନେତା ଜାକବ ସିଂ, ମୋନାଲିସା ମହାନ୍ତି, ଶୁଭମ ନାୟକ, ଦିଲୀପ ମହାଳିକ, ଗଜେନ୍ଦ୍ର ନାୟକ, ସୁନୀଲ ଓଝା ପ୍ରମୁଖ ଶିବର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ