ଅଗ୍ନୀପଥ ଯୋଜନା ସମ୍ପର୍କିତ କର୍ମଶାଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତଥା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବିନୋଦିନୀ ଉଚ୍ଚମାଧ୍ୟମିକ ବିଦଯାଲୟରେ ଜାତୀୟ ସେବା ଯୋଜନା, ଜିଲ୍ଲା କ୍ରମିନିଯୁକ୍ତି କାର୍ଯ୍ୟାଳୟ ଓ ଗୋପାଳପୁର ଠାରେ ଥିବା ଆର୍ମୀ ନିଯୁକ୍ତି କାର୍ଯ୍ୟାଳୟର ମିଳିତ ଆନୁକୂଲଯରେ ଅଗ୍ନିପଥ ଯୋଜନା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଜିଲ୍ଲା କର୍ମନିଯୁକ୍ତି କାର୍ଯ୍ୟାଳୟର ଅଧିକାରୀ ସୌଭାଗ୍ୟ ସ୍ମୃତିରଞ୍ଜନ ତ୍ରିପାଠୀ ରହିଥିବାବେଳେ, ମୂଖ୍ୟବକ୍କା ଆର୍ମିନିଯୁକ୍ତି କାର୍ଯ୍ୟାଳୟ ଗୋପାଳପୁରର ମେଜର ପୁଷ୍ପେନ୍ଦ୍ର ଯାଦବ ପିଲାମାନଙ୍କୁ ଅଗ୍ନିପଥ ଯୋଜନା ସମ୍ପର୍କେର ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥାପନା କରିବାସହପିଲାମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମେର ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକବିଦଯାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିବାବେଳେ ମହା ବିଦ୍ୟାଳୟର ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକସୀତାରାମ ପ୍ରଧାନ ସୁପରିଚାଳନା କରିଥିଲେ । ଅଧ୍ୟାପକ ରହେନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକବିଦ୍ୟାଳୟରସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।


