ବିଜେଡି ପକ୍ଷରୁ ଦୁଇ ସାପଧରାଳିଙ୍କୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଅନେକ ସମୟରେ ବିଷଧର ସାପ ମାନଙ୍କୁ ଧରି ଲୋକମାନଙ୍କ ଜୀବନ ରକ୍ଷା କରୁଥିବା ଦୁଇ ସାପଧରାଳିଙ୍କୁ ଆଜି ଭଣ୍ଡାରିପୋଖରୀ ବିଜେଡି କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିଜ ଜୀବନକୁ ପାଣିଛଡାଇ ଉତ୍ସର୍ଗିକୃତ ଭାବେ ଏଭଳି ସେବା ଯୋଗାଉଥିବା ଭଦ୍ରକର ସେଖ ମିର୍ଜା ଓ ଦକ୍ଷିଣବାଡ ପଞ୍ଚାୟତ ବଣସାହି ଗ୍ରାମର ସୁରେନ୍ଦ୍ର ଶିଅଳଙ୍କୁ ବିଜେଡି ନେତା ତଥା ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଆଜି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଦୁଇ ପ୍ରତିଭାଙ୍କୁ ସାପ ଧରିବା ପାଇଁ ଉପକରଣ ସହିତ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏଥିରେ ଲକ୍ଷ୍ମୀଧର ସାହୁ, ନାଗେଶ୍ୱର ବେହେରା, ବନମାଳି ପୃଷ୍ଟି, ସଂଜୀବ ରାଉତ, ପ୍ରକାଶ ମହାପାତ୍ର, ରାଜେଶ ବାରିକ, ଦୁର୍ଯ୍ୟୋଧନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


