ନେତାଜୀ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଚାରିଗାଁ ପଡିଆର ଚତୁଃପାଶ୍ୱର୍ରେ ପରିବେଶ ସୁରକ୍ଷା ତଥା ପ୍ରକୃତିର ଶୋଭା ବର୍ଦ୍ଧିତ କରିବା ପାଇଁ ବୃକ୍ଷରୋପଣ କରାଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଣିଜୋ ରାଜସ୍ୱ ନୀରିକ୍ଷକ, ଟ୍ରି ଫେମିଲିର ସଂସ୍ଥାପକ ସୁରେନ୍ଦ୍ର କର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜଗନ୍ନାଥ ସାହୁ, ଦୀପକ ବେହେରା, କୈବଲ୍ୟ ସାହୁ, କେଶବ ପୃଷ୍ଟି, ସତ୍ୟ ସାହୁଙ୍କ ସମେତ ଯୁବକ ସଂଘର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।


