ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ୧୯ନମ୍ବର ୱାର୍ଡରେ ଯୁବନେତାଙ୍କ ଜନ ସମର୍ଥନ ବଢୁଛି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାରପାଳିକା ନିର୍ବାଚନ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ଘୋଷଣା ହେବାକୁ ଯାଉଛି । କିନ୍ତୁ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଯୁବନେତା ସଞ୍ଜୟ କୁମାର ପଣ୍ଡାଙ୍କ ପ୍ରତି ଧିରେ ଧିରେ ଜନସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ପଟ୍ଟାମୁଣ୍ଡାଇ ପୈାରପାଳିକାର ୧୯ନମ୍ବର ୱାର୍ଡରେ ଯୁବନେତା ସଞ୍ଜୟ କୁମାର ପଣ୍ଡା ଆଗାମୀ ପୈାରନିର୍ବାଚନକୁ ଆଖି ଆଗରେ ରଖି ପ୍ରାୟ ୨ମାସ ହେବ ଘରକୁ ଘର ବୁଲି ନିଜ ସପକ୍ଷରେ ଜନମତ ସାଉଁଟିବାକୁ ଆରମ୍ଭ କରିଦେଲେଣି । ସେହି ୱାର୍ଡରୁ କାଉନସିଲର ପ୍ରାର୍ଥୀ ହେବାକୁ ଯୁବନେତା ଶ୍ରୀ ପଣ୍ଡା ମନସ୍ଥ କରି ତାଙ୍କ ନିର୍ବାଚନୀ ପ୍ରଚାରକୁୁ ଜୋରଦାର କରିଦେଇଥିବା ଦେଖିବାକୁ ମିଳିଛି । ଫଳରେ ସେହି ୱାର୍ଡରେ ନିର୍ବାଚନ ପୂର୍ବରୁ ସେ ନିର୍ବାଚନୀ ଉସ୍ମତା ସୃଷ୍ଟି କରିଦେଇଛନ୍ତିି । ଶ୍ରୀ ପଣ୍ଡା ୧୯ନମ୍ବର ୱାର୍ଡରେ ପ୍ରତି ଘରକୁ ଘର ବୁଲି ଲୋକମାନଙ୍କୁ ଭେଟିବା ସହିତ ଆଗାମୀ ପୈାର ନିର୍ବାଚନରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ଭୋଟରମାନଙ୍କୁ ନିବେଦନ କରୁଛନ୍ତି । ବିଗତ ଦିନରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ଦୁସ୍ଥିତି ବେଳେ ଲୋକମାନଙ୍କୁ ସହଯୋଗର ହାତ ବଢାଇଥିବା ଯୁବନେତା ଶ୍ରୀ ପଣ୍ଡା ୧୯ନମ୍ବର ୱାର୍ଡର ଜନମାନସରେ ବେଶ ପରିଚିତ ଥିବା ଦେଖିବାକୁ ମିଳିଛି । ଆସନ୍ତା ପୈାର ନିର୍ବାଚନ ପାଇଁ ଆଜିଠୁଁ ଯୁବନେତା ଶ୍ରୀ ପଣ୍ଡା କିନ୍ତୁ ସେହି ୱାର୍ଡର ପ୍ରତ୍ୟେକ ଘରେ ଘରେ ବେଳକୁ ବେଳ ଲୋକମାନଙ୍କ ମନ ଭିତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେହି ୱାର୍ଡବାସୀଙ୍କ ଜନସମର୍ଥନ ଧିରେ ଧିରେ ଶ୍ରୀ ପଣ୍ଡାଙ୍କ ପ୍ରତି ବୃଦ୍ଧି ପାଉଛି । ସେହି ୱାର୍ଡର ଭୋଟରମାନଙ୍କ ଆକୁଣ୍ଠ ସମର୍ଥନ ଆଜି ଠାରୁ ଶ୍ରୀ ପଣ୍ଡା ଗୋଟାଇବାରେ ଲାଗି ପଡିଛନ୍ତି ।


