ରାଇକିଆ ବ୍ଲକ ରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ମତଦାନ
ରାଇକିଆ, (ପ୍ରଦୀପ ବେହେରା) :-ଗୁରୁବାର ଶାନ୍ତି ଶୃଙ୍ଖଳା ର ସହ ଶେଷ ହୋଇଛି ମତଦାନ । ସକାଳ ସାତଟା ରୁ ବିଭିନ୍ନ ମତଦାନ କେନ୍ଦ୍ର ରେ ଆରମ୍ଭ ହୋଇଥିଲା ଭୋଟ ଗ୍ରହଣ । ପ୍ରଶାସନ ତରଫରୁ ବେରେଡ଼ାକିଆ ଠାରେ ହୋଇଥିବା ପିଙ୍କ୍ ବୁଥ ସାଜିଥିଲା ମୁଖ୍ୟ ଆକର୍ଷଣ । ଚତୁପାର୍ଶ୍ଵ ଗୋଲାପୀ ରଙ୍ଗ ରେ ସଜ୍ଜିତ କରାଯାଇଥିଲା । ଚଳିତ ଥର ଭୋଟର୍ ତାଲିକା ରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନ ରେ ଲୋକଙ୍କ ଭୋଟର୍ ତାଲିକାରେ ନାମ ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ମାଣିକେଶ୍ଵର ପଂଚାୟତ ର ଗ୍ରାମ ରେ ମଧ୍ୟ ଭୋଟର୍ ତାଲିକା ରେ ଗ୍ରାମ ର ଅଧିକାଂଶ ଲୋକଙ୍କ ନାମ ନଥିବାରୁ ଗ୍ରାମବାସୀ ଭୋଟ ଦେବା ପାଇଁ ମନା କରିଥିଲେ । ଏଥି ପାଇଁ ଏକ ଘଣ୍ଟା ରୁ ଉର୍ଦ୍ଧ୍ବ ଭୋଟ ଗ୍ରହଣ ବନ୍ଦ ରହିଥିଲା । ଖବର ପାଇ ରାଇକିଆ ତହସିଲଦାର ହର ପ୍ରସାଦ ଭୋଇ ଗ୍ରାମ ବାସୀ ଙ୍କୁ ବୁଝାଇବା ପରେ ମତଦାନ ସ୍ଵାଭାବିକ ହୋଇଥିଲା । କ୍ରମାଗତ ତୃତୀୟ ଥର ପାଇଁ ଭୋଟ ବର୍ଜନ କରିଛନ୍ତି ରିଷlଭୁଇଁ ଗ୍ରାମବାସୀ । ଗତ ୨୦୧୭ ପଂଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିଥିଲେ ଗ୍ରାମବାସୀ । ସେମାନଙ୍କ ଦାବି ଥିଲା ସେମାନଙ୍କୁ ବଡ଼ ବାରବା ପଂଚାୟତ ରୁ ହଟାଇ ଇନ୍ଦ୍ରଗଡ଼ ପଞ୍ଚାୟତ କୁ ଫେରାଇ ନିଆଯାଉ । ପାଞ୍ଚ ବର୍ଷ ବିତଯାଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇନଥିବାରୁ ପୁଣି ଥରେ ଭୋଟ ବର୍ଜନ କରିଛନ୍ତି ।


