ପଥ ବିକ୍ରେତା ସଂଘ ପକ୍ଷରୁ ବିକ୍ଷୋଭ ସମାବେଶ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ରାସ୍ତାପାଶ୍ୱର୍ ଦୋକାନ ଉଚ୍ଛେଦକୁ ବିରୋଧ କରି ପଥବିକ୍ରେତା ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସହରର ଉଠାଦୋକାନୀଙ୍କୁ ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପରିସରରୁ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା । ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ପଥ ବିକ୍ରେତା ସଂଘର ରାଜ୍ୟ ସଭାପତି ତଥା ନ୍ୟାସନାଲ ହକର୍ସ ଫେଡ଼େରେସନର ଅତିରିକ୍ତ ସାଧାରଣ ସମ୍ପାଦକ ଜୟନ୍ତ ଦାସ ଯୋଗଦେଇ ପୌର କର୍ତ୍ତୃପକ୍ଷଙ୍କ ଉଠା ଦୋକାନ ଉଚ୍ଛେଦକୁ ତୀବ୍ର ସାମାଲୋଚନା କରିଥିଲେ । ଆର୍ଥିକ ସ୍ଥିତିକୁ ଦୃଷ୍ଟି ଦେଇ ସହର ସମେତ ଜିଲାର ଅଧାରୁ ଅଧିକ ଲୋକେ ଆବଶ୍ୟକୀୟ ସାମଗ୍ରୀ ପାଇଁ ଉଠା ଦୋକାନ ଉପରେ ନିର୍ଭରଶୀଳ ଅଛନ୍ତି । ଅନ୍ୟପକ୍ଷରେ ସାମ୍ପ୍ରତିକ ବର୍ଦ୍ଧିତ ବେକାରୀ କାଳରେ ରାସ୍ତାପାଶ୍ୱର୍ରେ ଉଠା ଦୋକାନ କରି ଶହ ଶହ ପରିବାର ଜୀବିକା ଉପାର୍ଜନ କରୁଛନ୍ତିି । ଏଭଳି ସ୍ଥିତିରେ ସ୍ୱତନ୍ତ୍ର ଭେଣ୍ଡିଂ ଜୋନା କରିବାରେ ବିଫଳ ବାଲେଶ୍ୱର ପୌରପାଳିକା ବାରମ୍ବାର ଉଠା ଦୋକାନ ଉଚ୍ଛେଦ କରିବା କାହା ସ୍ୱାର୍ଥରେ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ । ସେହିଭଳି ୨୦୧୪ ମସିହା ମାର୍ଚ୍ଚ ମାସରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ପଥ ବିକ୍ରେତା ଜୀବିକା ସୁରକ୍ଷା ବିଧେୟକ ଆଇନରେ ପରିଣତ ହେଲା । ଏହା ଅନ୍ୟାନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବେଳେ ବାଲେଶ୍ୱର ସମେତ ଓଡ଼ିଶାରେ କାର୍ଯ୍ୟକାରୀ ନହେବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ଏମିତିକି ପୌରପାଳିକା ପକ୍ଷରୁ ଗଠିତ ଟାଉନ ଭେଣ୍ଡିଂ କମିଟିରେ ସଦସ୍ୟ ଥିବା ୪୦ ପ୍ରତିଶତ ଦୋକାନୀ କୌଣସି ବୈଠକରେ ଗୁରୁତ୍ୱ ଦିଆ ନଯିବାର ଉଦ୍ଦେଶ୍ୟ କ’ଣ ହୋଇପାରେ । ଗତୁରନ୍ତ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ, ସ୍ୱତନ୍ତ୍ର ଭେଣ୍ଡିଂଜୋନ ସ୍ଥାପନ, ଉଚ୍ଛେଦ ଦ୍ୱାରା ଦୋକାନୀଙ୍କ ହୋଇଥିବା କ୍ଷତି ଭରଣା ପାଇଁ ଶ୍ରୀ ଦାସ ଦାବି କରିଛନ୍ତି । ଆଇନଜୀବୀ ଶାନ୍ତନୁ ଦାସ, ଯୁବନେତା ମାନସ ଦତ୍ତ, ବିକ୍ରମ ପଣ୍ଡା, ଯତୀନ କୁମାର ପାତ୍ର ଓ ପ୍ରେମ ରଞ୍ଜନ ପାତ୍ର, ଭୀଟାମାଟି ଆନ୍ଦୋଳନର ନେତା ଅରୁଣ ଜେନା ପମୁଖ ଉଠାଦୋକାନୀଙ୍କ ପ୍ରତିବାଦକୁ ସମର୍ଥନ ଜଣାଇ ପ୍ରଶାସନ ଓ ପୌର କର୍ତ୍ତୃପକ୍ଷଙ୍କ ବେଆଇନ କାର୍ଯ୍ୟକୁ ସମାଲୋଚନା କରିଥିଲେ ।ପ୍ରଶାସନିକ ଅଧିକାରୀମାନେ ଦେଶର ଆଇନ ନ ମାନିଲେ ବାଲେଶ୍ୱରର ସ୍ଥିତି ଆଗାମୀ ଦିନରେ ସାଂଘାତିକ ହୋଇଯିବ ବୋଲି ଚେତାବନୀ ଦେଇଥିଲେ । ସଂଘର ଟାଉନ ଉପ-ସଭାପତି ଆବିଦ୍ ଖାନ୍‌, ସମ୍ପାଦକ ମୋହିନୀ ମୋହନ ପରିଡା, ସହ-ସମ୍ପାଦକ ଅଭିରାମ ବାରିକ, ଟିଭିସି ସଦସ୍ୟ ରାମ ଚନ୍ଦ୍ର ପରିଡା, ଟିପିରୀ ସିଂ, ଉତ୍କଳ ମହିଳା ସମିତି ଜିଲ୍ଲା ସମ୍ପାଦିକା ବନ୍ଦନା ପାତ୍ର ପ୍ରମୁଖ ଏହି ବିକ୍ଷୋଭ ସମାବେଶରେ ପ୍ରଶାସନ ବିରୋଧରେ ରଣହୁଙ୍କାର ଦେଇଥିଲେ । ଏହି ଅବସରରେ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ