ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ବନ୍ଦ ଧର୍ମଘଟ ଧାରଣା ରେ ବସିଲେ କର୍ମଚାରୀ

ନିମାପଡ଼ା, (ସନ୍ତୋଷ ଦାଶ):ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ ଓଡ଼ିଶା ସର୍କଲ ପୁରୀ ଜିଲ୍ଲା ଶାଖାର ଆହ୍ବାନ କ୍ରମେ ନିମାପଡ଼ା, ବ୍ରହ୍ମକୁଣ୍ଡୀ, ନୟାହାଟ,କାକଟପୁର, ଅସ୍ତରଙ୍ଗ ଉପ ଡାକଘର ଅଧିନରେ ଥିବା ସମସ୍ତ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ ଜାରି ରହିଛି। ପାଞ୍ଚ ଦଫା ଦାବି ଯଥା ,ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ ଘଣ୍ଟା ସ୍ଥିର କରାଯାଉ ,ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଶ୍ରୀଘ୍ର ଲାଗୁ କରାଯାଉ, ଗ୍ରାମୀଣ ଡାକ ସେବକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରାଯାଉ ,ଗ୍ରାମୀଣ ଡାକ ସେବକଙ୍କୁ ପେନସନ ପ୍ରଦାନ ଏବଂ ଗ୍ରାଚ୍ଯୁଇଟି ସହିତ ସେଭେରାନ୍ସ ୫ ଲକ୍ଷ ପ୍ରଦାନ କରାଯାଉ ,ଗ୍ରାମୀଣ ଡାକ ସେବକ ମାନଙ୍କୁ ଉପରସ୍ଥ ଅଧିକାରୀମାନେ ଟାର୍ଗେଟ ନାଁ ରେ ହେଉଥିବା ଜୁଲୁମ୍ ବନ୍ଦ କରାଯିବା ପ୍ରଭୃତି ଦାବି ନେଇ କର୍ମଚାରୀ ମାନେ ବିଭିନ୍ନ ଉପ ଡାକଘର ସମ୍ମୁଖ ରେ ଧାରଣା ଦେଇଛନ୍ତି। ଏହି ଧର୍ମଘଟ ଯୋଗୁଁ ଗାଁ ଗଣ୍ଡା ରେ ଥିବା ଶାଖା ଡ଼ାକଘରେ ଜରୁରୀ ଚିଠି, ନିଯୁକ୍ତିପତ୍ର ସୂଚନା ଆଦି ନପାଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ