ଆଦର୍ଶ ଶିକ୍ଷକ ଙ୍କ ସ୍ମୃତି ଚାରଣ ସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଵନ୍ଦାଳ -ମଢିଆଳୀ ପଂଚାୟତ ମହିସପୁର ଠାରେ ଆର୍ଦଶ ଶିକ୍ଷକ ନରେନ୍ଦ୍ର ନାଥ ଵିଶ୍ଵାଳ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପୁରୁଷୋତ୍ତମ ଧଳ, ଗୟାଧର ସାମଲ, ରବିନ୍ଦ୍ର କୁମାର ନନ୍ଦ, ନିତ୍ୟାନନ୍ଦ ଦାସ, ଗୌରାଙ୍ଗ ଚରଣ ଓଝା ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଵିଶ୍ଵାଳ ଙ୍କ ସ୍ମୃତି ଚାରଣ କରିଥିଲେ। ସେହିପରି ପୁରାତନ ଵିଦ୍ୟାର୍ଥୀ ଦୁଃଶାସନ ଓଝା, ପ୍ରାଣଜୀଵନ ଵେହେରା, ମନମୋହନ ପଣ୍ଡା, ଦେବେନ୍ଦ୍ର ନାୟକ, ଘନଶ୍ୟାମ ସ୍ବାଇଁ, ଜଗଵଂଧୁ ରାଉତ, ନୀରଞନ ଓଝା, ଜୟଦେବ ସେନାପତି ପ୍ରମୁଖ ଯୋଗଦେଇଥିଲେ ।ଶେଷରେ ପ୍ରଦ୍ୟୁମ୍ନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


