ପାଣି ପଞ୍ଚାୟତ କର୍ମକର୍ତ୍ତା ନିର୍ବାଚିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଋଷିକୂଲ୍ୟା ନଦୀ ମୁଖ୍ୟ କେନାଲ ତଥା ହିଞ୍ଜିଳିକାଟୁ ବ୍ଲକ ବିଭିନ୍ନ ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କ ଏକ ବୈଠକ ମଙ୍ଗଳବାର ଟାଙ୍ଗଣାପଲ୍ଲୀ ପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ଉପ ସହକାରୀ ଯନ୍ତ୍ରୀ ଜଗନ୍ନାଥ ଦାଶଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବ୍ଳକର ବିଭିନ୍ନ ପାଣି ପଞ୍ଚାୟତର କର୍ମକର୍ତ୍ତା ନିର୍ବାଚନ ସକାଶେ ଆଲୋଚନା କରାଯାଇଥିଲା । ସହମତି ଭିତ୍ତିରେ ସର୍ବସମ୍ମତି କ୍ରମେ ଶିକୁଳିପଲ୍ଲୀ ରାଧାକାନ୍ତ ପାଣି ପଞ୍ଚାୟତ, ଚଣ୍ଡିପଦର କପିଳେଶ୍ଵର ପାଣି ପଞ୍ଚାୟତ, ଗଣ୍ଡଳା ଗୋପିନାଥ ପାଣି ପଞ୍ଚାୟତ, ବେଲଗାଁ ବେଲେଶ୍ୱର ପାଣି ପଞ୍ଚାୟତ, ଭାବନ୍ଧ ରାଧାକୃଷ୍ଣ ଗୋପାଳେଶ୍ବର ପାଣି ପଞ୍ଚାୟତ, ଭାଟକୁମଡା ପୁଲୁଙ୍କେଶ୍ବର ପାଣି ପଞ୍ଚାୟତ, ସାହାପୁର ସ୍ଥିତ ଗୋପାଳେଶ୍ବର ପାଣି ପଞ୍ଚାୟତର କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ୧୨ ନମ୍ବର ପାଣି ପଞ୍ଚାୟତର ସଭାପତି ପଦ୍ମ ଚରଣ ସାହୁ, ସମ୍ପାଦିକା ଭାରତୀ ସାହୁ, କୋଷାଧ୍ୟକ୍ଷ ବି ବୁଦ୍ଧିଆ ପାତ୍ର, ସଦସ୍ୟ ଭାବରେ ଶୁଦର୍ଶନ ଗୈାଡ, ବାଉରିଆ ଗଉଡ, ଭାଲୁ ଗୈାଡ,ଏସ ମଙ୍ଗୁଳୁ, ଗୋପେଶ୍ବରୀ ପାଣିଗ୍ରାହୀ, ଗୋଲୀ ଗଉଡ ପ୍ରମୁଖ ନିର୍ବାଚିତ ହୋଇଥିଲେ । କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ପଣ୍ଡା, ସୁରେଶ ମହାପାତ୍ର, ହରଶଙ୍କର ଶତପଥୀ, କେଦାର ମହାନ୍ତି, ସୈରା ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ