ଜାତୀୟ ରାଜପଥ ମରାମତି ପାଇଁ ଦାବିପତ୍ର

ପାରାଦିପ, (ପିତବାସ ପ୍ରଧାନ): ପାରାଦୀପ ବିଜୁ ଜନତା ଦଳ ତରଫରୁ ୫ନଂ କ ଜାତୀୟ ରାଜପଥ ଅଠରବାଙ୍କୀ ଠାରୁ ଦୋଛକି ପ୍ରଯ୍ୟନ୍ତ ରାସ୍ତାର ମରାମତି ପାଇଁ ପାରାଦ୍ୱୀପର ମାନ୍ୟବର ବିଧାୟକ ଇଁ ସମ୍ବିତ ରାଉତରାୟ, ବିଜୁ ଜନତା ଦଳ ପାରାଦ୍ୱୀପ ନଗର ସଭାପତି ଶ୍ରୀଯୁକ୍ତ ବସନ୍ତ ବିଶ୍ୱାଳ, ଆଇନିଜୀବି ସୁରେଶ ଚନ୍ଦ୍ର ଦାସ, ବିଜୁ ଜନତା ଦଳ ନଗର କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ଉଲ୍ଲାସ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଏନ ଏଚ ଏ ଆଇ ପ୍ରୋଜେକ୍ଟ ଡାଇରେକ୍ଟଙ୍କୁ ତାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦିର୍ଘଦିନ ଧରି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିରହୁଥିବା ବେଳେ ଅନେକ ଧନ ଜୀବନ ନଷ୍ଟ ହେଉଛି।। ଅନେକ ସ୍ବେଚ୍ଛାସେବି ଅନୁଷ୍ଠାନ ଏହାର ମରାମତି ଦାବୀ କରି ଆସୁଥିଲେ । ଏନ ଚ ଏ ଆଇ ପ୍ରୋଜେକ୍ଟ ଡାଇରେକ୍ଟର ତୁରନ୍ତ ଜାତୀୟ ରାଜପଥ ୫ନଂ କ ଦୋଛକି ଠାରୁ ଅଠର ବାଙ୍କୀ ପ୍ରଯ୍ୟନ୍ତ ରାସ୍ତାକୁ ମରାମତି ଓ ପୂର୍ଣ୍ଣନିର୍ମାଣ କରାଜୀବ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି। ପ୍ରତିଶୃତି କାର୍ଯ୍ୟକାରୀ ହେଉଛି ନା ପାଣିର ଗାର ପାଲଟୁଛି ତାହା ଆଗାମୀ ଦିନରେ ଜଣା ପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ