ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମା ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜାତୀୟ ପ୍ରେସ ଦିବସ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଜାତୀୟ ପ୍ରେସ ଦିବସ -୨୦୨୨ ଅନୁଷ୍ଠିତ ହୋଇ ଯାଇଛି l ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମ୍ମାନିତ ଅତିଥି ଭାବେ ଗଜପତି ଏସପି ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ଲଳିତ କୁମାର ମହାପାତ୍ର ଗଜପତି ଜିଲ୍ଲା ପରିଷଦ ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡିଜେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ l ଜାତୀୟ ପ୍ରେସ ଦିବସରେ ମୁଖ୍ୟ ବିଷୟ ଥିଲା “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା”କୁ ନେଇ ମୁଖ୍ୟତଃ ଆଲୋଚନା ଅନୁଷ୍ଠିତ ହୋଇଥିଲା ଏହି ଆଲୋଚନା ଚକ୍ରରେ ଭାଗ ନେଇ ମୁଖ୍ୟ ଅତିଥି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦବୋଧନ ଦେଇ ଗଣମାଧ୍ୟମ ହେଉଛି ଏକ ଚତୁର୍ଥ ସ୍ତମ୍ଭ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ସରକାରଙ୍କର ବିଭିନ୍ନ ଯୋଜନା ଗଣମାଧ୍ୟମ ଜରିଆରେ ହିଁ ଜନସାଧାରଣଙ୍କ ନିକଟରେ ପହଞ୍ଚି ଥାଏ l ସମ୍ମାନିତ ଅତିଥି ଭାବେ ଗଜପତି ଏସପି ଜୟରାମ ଶତପଥୀ ଯୋଗ ଦେଇ ଗଣ ମାଧ୍ୟମ ଯୋଗୁ ସମାଜରେ ଘଟୁଥିବା ବିଭିନ୍ନ ଘଟଣାକୁ ଲୋକଲୋଚନକୁ ଆଣିବା ଦ୍ଵାରା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଜାଣି ପାରି ଏହାର ସମାଧାନ କରିବା ପାଇଁ ପଦକ୍ଷେପ ନେଇଥାନ୍ତି l ଏଣୁ ରାଷ୍ଟ୍ର ଗଠନ ଓ ସମାଜ ଗଠନରେ ଗଣ ମାଧ୍ୟମର ଏକ ଗୁରୁତ୍ଵ ଭୂମିକା ରହିଥିବା କହିଥିଲେ l ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉଦବୋଧନ ଦେଇ କହିଥିଲେ ଯେ ଗଣ ମାଧ୍ୟମ ଚାହିଁଲେ ଜଣଙ୍କୁ ରାତାରାତି ହିରୋ ଓ ଅନ୍ୟ ଜଣଙ୍କୁ ଜିରୋ କରିଦେବାର କ୍ଷମତା ରହିଛି l ତାର ଉଦାହରଣ ସ୍ୱରୂପ ବଫର୍ସ ଦୁର୍ନୀତି ଘଟଣାର ଉଦାହରଣ ଦେଇ କହିଥିଲେ l ବରିଷ୍ଠ ସାମ୍ବାଦିକ ଡି ଜେନ୍ଦ୍ର ନାଥ ପାଢ଼ୀ ଉଦବୋଧନ ଦେଇ କହିଥିଲେ ଯେ ଆଜିକାଲି ପ୍ରିଣ୍ଟ ମିଡ଼ିଆ ଠୁ ଆରମ୍ଭ କରି ସବୁ ମିଡ଼ିଆ ହାଉସ କେତକ କର୍ପିଟର ଙ୍କ ହାତରେ ଥିବା ଜଗୁ ଆଜିକାଲି ସେମାନଙ୍କ ମର୍ଜିରେ ହିଁ ଖବର କାଗଜ ଠୁ ଆରମ୍ଭ କରି, ବୈଦ୍ୟୁତିକ ଗଣାଧ୍ୟମ ଏବଂ କେତେକ ଡିଜିଟାଲ ଗଣମାଧ୍ୟମ ମଧ୍ୟ ସେମାନଙ୍କ ଚାପରେ ଚାଲୁଛି ବୋଲି କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଗଣେଶ ରାଜୁ,ରୁପେଶ ସାହୁ, ବସନ୍ତ ପଣ୍ଡା,ଦିଲ୍ଲୀପ ଶତପଥୀ, ଶିଶିର ଗୌଡ, ପ୍ରଭାତ ପାତ୍ର, ସୋରଜ ବୀର, ସୁଜିତ୍ ସାହୁ, ବିବେକାନନ୍ଦ ବେହେରା, ଶ୍ରୀକାନ୍ତ ମହାରଣା, ଆମୋଦ ବର୍ଦ୍ଧନ, ପ୍ରମୁଖ ଉଦବୋଧନ ଦେଇ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ନେଇ କହିଥିଲେ l ସାମ୍ବାଦିକ ଆଦର୍ଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏ ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରମାଇ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ପ୍ରକଳ୍ପ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ