ପାରାଦୀପ ବନ୍ଦରର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ
ଜଗତସିଂହପୁର- ପାରାଦୀପ ବନ୍ଦରର ପ୍ରତିଷ୍ଠା ଦିବସ ଅବସରରେ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସପ୍ତଦଶ ପାରାଦୀପ ବନ୍ଦର ଗଣଦୌଡ଼ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଓଡ଼ିଶା ପୁଲିସର ସୁଧାନୁ ନାୟକ ଏବଂ ମହିଳା ବର୍ଗରେ ମୟୂରଭଞ୍ଜର ଈତିଶ୍ରୀ ମହାନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସୁଧାନୁ ୧୪ କିଲୋମିଟର ଦୂରତାକୁ ୪୫ ମିନିଟ ୧୬.୫ ସେକେଣ୍ଡରେ ଅତିକ୍ରମ କରିଥିଲାବେଳେ ଈତିଶ୍ରୀ ସମାନ ଦୂରତା ଯିବାକୁ ୫୭ ମିନିଟ୍ ୫୩.୯ ସେକେଣ୍ଡ ସମୟ ନେଇଥିଲେ। ଗଣଦୌଡ଼ରେ ୫୯୩ ପୁରୁଷ ଏବଂ ୮୫ ମହିଳାଙ୍କୁ ମିଶାଇ ମୋଟ ୬୭୮ ଜଣ ଅଂଶଗ୍ରହଣ କରିଥିଲେ। ଗଣଦୌଡ଼ ହନୁମାନ ମନ୍ଦିରଠାରୁ ଆରମ୍ଭ ହୋଇ ଗୋପବନ୍ଧୁ ଷ୍ଟାଡିୟମଠାରେ ଶେଷ ହୋଇଥିଲା। କ।ର୍ଯ୍ୟକ୍ରମରେ ପିପିଟି ଅଧ୍ୟକ୍ଷ ରିଙ୍କେଶ ରୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲାବେଳେ ପାରାଦୀପ ଲେଡିଜ୍ କ୍ଲବ ସଭାନେତ୍ରୀ ଶୁଭଲକ୍ଷ୍ମୀ ରୟ ଏବଂ ତଟରକ୍ଷୀ ଡିଆଇଜି ଏସ. ଡି. ଭାନୋଟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।


