ପାରାଦ୍ୱୀପ ମହାବିଦ୍ୟାଳୟରେ ‘ଲିଙ୍ଗଗତ ସମ୍ବେଦନଶୀଳତା’ ଆଲୋଚନାଚକ୍ର
ପାରାଦ୍ୱୀପ, (ପୀତବାସ ପ୍ରଧାନ):ପାରାଦ୍ୱୀପ ମହାବିଦ୍ୟାଳୟରେ ‘ଲିଙ୍ଗ ସମ୍ବେଦନଶୀଳତା’ ଉପରେ ଏକ ଆଲୋଚନାଚକ୍ର ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଶିଶୁ ବିଶେଷଜ୍ଞ ଡା.ରଞ୍ଜିତା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ଘଟୁଥିବା ଲିଙ୍ଗତ ବିଭିନ୍ନ ସମସ୍ୟା ଓ ତାର ନିରାକରଣ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଦାର୍ଥବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ସସ୍ମିତା ଶତପଥି ଓ ରସାୟନ ବିଜ୍ଞାନ ପ୍ରାଧ୍ୟାପିକା ଡଃ ସ୍ମିତା ବିଶ୍ୱାଳ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ ଅଜୟ କୁମାଶ ମିଶ୍ର, ଅକ୍ଷୟ ଚନ୍ଦ୍ର ମିଶ୍ର, ଶାଶ୍ୱତୀ ସ୍ୱାଗତିକା, ତପସ୍ୱୀନୀ ବେହେରା, ଅଭିଲିପ୍ସା ଦାସ, ବ୍ରହ୍ମାନନ୍ଦ ବିଶ୍ୱାଳ, ଗଣେଶ୍ୱର ପାତ୍ର, ଜାଗୃତୀ ରାଏ ପ୍ରମୁଖ ଯୋଗଦାନ କରି ନିଜର ବକ୍ତବ୍ୟ ଓ ମତାମତ ରଖିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ କୋଭିଡ୍ ନିୟମ ପାଳନ ପୂର୍ବକ ଯୋଗଦେଇ ଲିଙ୍ଗଗତ ସମସ୍ୟା ଓ ତାର ନିରାକରଣ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ।


