ଅଗ୍ନିବିପନ୍ନଙ୍କୁ ସହାୟତା କଲା ଯୁବକ ସଂଘ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ନରସିଂହପୁର ଗ୍ରାମର ଗୁରବାର ଅଗ୍ନିକାଣ୍ଡ ଘଟି ୧୨ ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି । ଖବର ପାଇ ଉକ୍ତ ପଞ୍ଚାୟତର ଯୁବକ ସଂଘର ସଦସ୍ୟ ମାନେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ, ଇଛାପୁର ଗ୍ରାମର ସମାଜସେବୀ ଶ୍ରୀକାନ୍ତ ସାହୁ, ନିତ୍ୟାନନ୍ଦ ମଣ୍ଡଳ, ରାଜେନ୍ଦ୍ର ବେହେରା ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ, ବସ୍ତ୍ର ପ୍ରଦାନ କରିଛନ୍ତି । ସେହିପରି ଗଣିଜାଞ୍ଚ ପଞ୍ଚାୟତ ବିଜେଡି ସଭାପତି ଭୀମ ଚରଣ ସାମଲଙ୍କ ସହିତ ପ୍ରିୟନାଥ ନାୟକ, ରାମ ଚନ୍ଦ୍ର ପଣ୍ଡା, ମଣ୍ଟୁ ପ୍ରଧାନ, ସରୋଜ ପ୍ରଧାନ, ଅମୁଲ୍ୟ ମହାପାତ୍ର, ମାନସ ନନ୍ଦ, ଦୀପକ ବାରିକ, ଉତ୍ତମ ମଲ୍ଲିକ, ବିଜୟ ଘିଆ, ପ୍ରଶାନ୍ତ ପ୍ରଧାନ, ଆଷୁତୋଷ ଘଡେଇ, ଚନ୍ଦନ ବେହେରା, ସମୀର ଘଡେଇ, ଦେବାଶିଷ ବିଶ୍ୱାଳ, ତାପସ ରାଉତ, ଗଣେଶ ଦାସ, ତୋଫାନ ପଲେଇ, ପ୍ରତାପ ରାଉତ, ରମାକାନ୍ତ ପଲେଇଙ୍କ ସମେତ ବହୁ ଯୁବକ ବିପନ୍ନ୍ ପରିବାରଙ୍କୁ ଭେଟି ସହାୟତା ପ୍ରଦାନ କରିଛନ୍ତି ।


