ପୁରୁଷୋତ୍ତମପୁର ରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ପୁରୁଷୋତ୍ତମପୁର ରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତି କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ବିବେକାନନ୍ଦ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଦୈ।ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ଯୁବକ ଦୈ।ଡ଼ ରେ ସାମିଲ ହୋଇ କଲେଜ ଛକଠାରୁ ବାହାରି ପାଣ୍ଡିଆ ଛକଠାରେ ପହଞ୍ଚିଥିଲେ।ଏଥିରେ ମୁଖ୍ୟ ଅତିଥିଭାବେ ସାଂଗଠନିକ ଜିଲ୍ଲା ଘୁମୁସର ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ବରିଷ୍ଠ ବିଜେପି ନେତା ରମେଶ ଚନ୍ଦ୍ର ଗୈାଡ ,ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଦୀପକ କୁମାର ପ୍ରଧାନ, ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ସୌମ୍ୟରଞ୍ଜନ ବେର୍ବତା, ନମୋ ଆପ୍ ଜିଲ୍ଲା ସଂଯୋଜକ କେ ରମେଶ ଦୋରା, ପୁରୁଷୋତ୍ତମପୁର ମଣ୍ଡଳ ସଭାପତି କୃଷ୍ଣ ନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣମହାରଣା, କୃଷ୍ଣ ଚନ୍ଦ୍ର ଗୈାଡ,ଆଛୁଲି ମଣ୍ଡଳ ସଭାପତି ମାନସ ଗୈଡ , ନରସିଂହ ଦୋରା, ଶମ୍ଭୁ ପ୍ରଧାନ, ଶୁକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


