ସାମ୍ବାଦିକ କେ.ସିଏଚ.ରତ୍ନମ୍‌ଙ୍କ ବିୟୋଗରେ ଗଜପତି ସାମ୍ବାଦିକଙ୍କ ଶ୍ରଦ୍ଧାଞ୍ଜଳୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବୟୋଜେଷ୍ଠ ସାମ୍ବାଦିକ କେ.ସିଏଚ.ରତ୍ନମ୍‌ଙ୍କ ବିୟୋଗରେ ଆଜି ସଂଧ୍ୟାରେ ପାରଳାଖେମୁଣ୍ଡି ଠାରେ ଥିବା ସମସ୍ତ ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକମାନଙ୍କ ତରଫରୁ ଶୋକ ସଭା ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ପାରଳା ରୋଟାରୀ ହଲ୍ ପଡିଆରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ୱର୍ଗତ ସାମ୍ବାଦିକ କେ.ସିଏଚ.ରତ୍ନମ୍‌ଙ୍କ ଦୈନିକ ତେଲୁଗୁ “ଇନାଡୁ” ଖବରକାଗଜରେ ୪୦ ବର୍ଷର କର୍ମମୟ ସାମ୍ବାଦିକତା ଜୀବନ ଉପରେ ଆଲୋକପାତ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ସ୍ୱର୍ଗତ ରତ୍ନମ୍ ଅଞ୍ଚଳର ଖବର ସଂଗ୍ରହ ଓ ଖବର ପରିବେଷଣ ସମୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସ୍ୱର୍ଗାରୋହଣ କରିଛନ୍ତି । ତେଣୁ ତାଙ୍କ ପରିବାରର ରକ୍ଷଣାବେକ୍ଷଣ ଓ ଜୀବନ ଜୀବିକା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥୀକ ସହାୟତା ଘୋଷଣା ପାଇଁ ଦୃଢ ଦାବି କରାଯାଇଥିଲା । କରୋନା ଯୋଦ୍ଧା ଭାବେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା ସରକାରୀ ଭାବେ ଘୋଷଣା ହୋଇଛି । ଏହାକୁ ୫୦ଲକ୍ଷ ଟଙ୍କାକୁ ବୃଦ୍ଧି କରି ପ୍ରଦାନ କରାଯାଉ ବୋଲି ସାମ୍ବାଦିକମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି । ପ୍ରାରମ୍ଭରେ ସ୍ୱର୍ଗତ ସାମ୍ବାଦିକ ରତ୍ନମ୍‌ଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ଗରୁଡଧ୍ୱଜ ଚୌଧୁରୀ,ତାରିଣୀ ପ୍ରସାଦ ପଣ୍ଡା,ରଶ୍ମିରଞ୍ଜନ ମିଶ୍ର,ଦ୍ୱିଜେନ୍ଦ୍ର ନାଥ ପାଢୀ,ପ୍ରଦୀପ ନାୟକ,ବାସୁଦେବ ଦାସ,ବସନ୍ତ କୁମାର ପଣ୍ଡା,ଆଦର୍ଶ ଦାସ,ସୁଜିତ ବିଶୋଇ,କୃଷ୍ଣ କୁମାର ବେହେରା,ପ୍ରଭାତ ପାତ୍ର,କୃଷ୍ଣ ମୋହନ ପଟ୍ଟନାୟକ,ସୀତାକାନ୍ତ ପଣ୍ଡା,ଜଗଦୀଶ ପଣ୍ଡା,ସରୋଜ ବୀର,ସରୋଜ ପାଣିଗ୍ରାହୀ,ବିବେକା ନନ୍ଦ ବେହେରା,ପି.ଅନିଲ,ଶିବାଜୀ ପଟ୍ଟନାୟକ,ରାଜେନ୍ଦ୍ର ଭୁକ୍ତା,ସନ୍ତୋଷ ପାଟଯୋଷୀ ପ୍ରମୁଖ ଜିଲ୍ଲା ସ୍ତରୀୟ ସାମ୍ବାଦିକମାନେ ସାମାଜିକ ଦୁରତାକୁ ରକ୍ଷା କରି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ