ପୋଲସର ୨ ବାଣ ଦୋକାନରେ ଚଢାଉ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବୁଧବାର ସଂଧ୍ୟାରେ ଗାଙ୍ଗପୁର ପୋଲିସ ବାଣ ରଖାଯାଇଥିବା ଦୁଇଟି ଗୋଦାମ ଉପରେ ଚଢ଼ାଉ କରିଥିଲେ ।ଉଭୟଙ୍କ ଠାରୁ ପ୍ରାୟ ୬୦୦୦୦ଟଙ୍କାର ବାଣ ଜବତ କରାଯାଇଥିବା ବେଳେ ବେଆଇନ ଭାବେ ବାଣ ଗଚ୍ଛିତ ରଖିଥିବା ଅଭିଯୋଗରେ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।୧୯୬/୧୯ ରେ ଏକ ମାମଲା ରୁଜ୍ଜୁ କରି କାଳୀଚରଣ ପାତ୍ରଙ୍କୁ ଓ ୧୯୭/୧୯ରେ।ଆଉ ଏକ ମାମଲା ରୁଜ୍ଜୁ କରି ଲୁଣିପଡା ଶାସନର ଟୁକୁନା ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗାଙ୍ଗପୁର ଥାନଧିକାରୀ ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି ।


