ବିଗ୍ ବସ୍‌-୧୩ କୁ ଅଧାରୁ ଛାଡ଼ିବେ ସଲମାନ !

ଖୁବ୍ ଶୀଘ୍ର ଦବଙ୍ଗ ଷ୍ଟାର ସଲମାନ ଖାନ୍ “ବିଗ୍ ବସ୍‌-୧୩’ ଛାଡ଼ିବେ ବାଲି ଜଣାପଡ଼ିଛି । ସୋ’ର ଏକ ପ୍ରମୋ ଏବେ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ସଲମାନ ରାଗରେ ସୋ’ ଛାଡ଼ି ଚାଲି ଯାଉଥିବା ସହ ନିର୍ମାତାଙ୍କୁ ସୋ’ର ଉପସ୍ଥାପନା ପାଇଁ ଆଉ କାହାକୁ ଖୋଜିଦିଅ ବୋଲି କହୁଥିବା ଦେଖାଯାଉଛି ? ଏହି ପ୍ରମୋ ଭିଡିଓ ଭାଇରାଲ ହେବା ପରେ ସଲମାନଙ୍କ ସୋ’ ଛାଡ଼ିବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଖବରକୁ ସୋ’ ପକ୍ଷରୁ ଖାରଜ କରାଯାଇଛି । ବିଶେଷ ସୂତ୍ରରୁ ସ୍ପଷ୍ଟ ହୋଇଛି କି, ସଲମାନ ପ୍ରତିଯୋଗୀଙ୍କ ବ୍ୟବହାର ଦେଖି ନିରାଶ ହେବା ସହ ସୋ’ ଛାଡ଼ିବା ବିଷୟରେ ଚିନ୍ତା କରୁଥିଲେ । କିନ୍ତୁ ପୂର୍ବରୁ ତାଙ୍କୁ ଉପସ୍ଥାପନା ପାଇଁ ମୋଟା ଅଙ୍କର ଟଙ୍କା ଦିଆଯାଇ ସାରିଥିବାରୁ ସେ ସୋ’ ଛାଡ଼ିବେ ନାହିଁ । ଜଣେ ସୁପରଷ୍ଟାର ହୋଇ ମଧ୍ୟ କିଛି ପ୍ରତିଯୋଗୀ ତାଙ୍କ ସହ ଯେଉଁଭଳି ଭାବରେ ବ୍ୟବହାର କରୁଛନ୍ତି, ସେ ନେଇ ସଲମାନ ନିରାଶ ଥିବା ଜଣାପଡ଼ିଛି । ପୂର୍ବ ବର୍ଷ ବାବା ଓମ୍‌ଙ୍କ ବ୍ୟବହାର ପାଇଁ ସଲମାନ ସୋ’ରୁ ବହାରି ଯାଇଥିଲେ ମଧ୍ୟ ପରେ ତାଙ୍କୁ ଫେରିବାକୁ ପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ