ପ୍ରଶସ୍ତି କରଣ ହେବ ବୁଢ଼ାମ୍ବ-ବୁଗୁଡା ପୂର୍ତ୍ତ ବିଭାଗ ରାସ୍ତା

ପୋଲସରା, (ଅନିଲ କୁମାର ମହାରଣା):ପୂର୍ତ୍ତବିଭାଗର ବୁଢ଼ାମ୍ବ-ବୁଗୁଡା ୨୬ କିମି ରାସ୍ତାର ପ୍ରଶସ୍ତି କରଣ ଓ ଉନ୍ନତି କରଣ ପାଇଁ ଫେବୃଆରୀ ୨୦ ତାରିଖ ଦିନ ପୋଲସରା ବ୍ଲକ ଅଫିସ ଛକ ନିକଟରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରକାନ୍ତ ସାହୁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ଜଣାପଡ଼ିଛି। ୦.୦୦ ଠାରୁ ୨୬.୦୦ ପର୍ଯ୍ୟନ୍ତ ମୋଟ ୨୬ କିଲୋମିଟର ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ମୋଟ ୩୬ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବେଳେ କାର୍ଯ୍ୟକ୍ରମରେ ନିର୍ବାହୀ ଯନ୍ତ୍ରୀ ଆଶିଷ ନାୟକ, ସହନିର୍ବାହୀ ଯନ୍ତ୍ରୀ ଅମୟ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ରମେଶ କୁମାର ଚୌଧୁରୀ ଓ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ପୃଷ୍ଟି ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗିତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ସମିତି ସଭ୍ୟା ସଂଯୁକ୍ତା ବାଡ଼ତ୍ୟା, ମହିଳା ବିଜେଡି ସଭାନେତ୍ରୀ କନକ ମଞ୍ଜରୀ ରାଉତ ପ୍ରମୁଖଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ