ପ୍ରସ୍ତାବିତ ବାନପ୍ରସ୍ଥ ଆଶ୍ରମରେ ବୃକ୍ଷ ରୋପଣ ମହାଯଜ୍ଞ
ବୁଗୁଡା, (ଅନିଲ କୁମାର ମହାରଣା):ଜୁଲାଇ ୩ ତାରିଖ ପବିତ୍ର ଗୁରୁ ପୂର୍ଣ୍ଣିମା ଓ ଧର୍ମଚକ୍ର ଦିବସ ଅବସରରେ ମାଣିତରା ପଞ୍ଚାୟତର ମକରାପଲ୍ଲୀ ମୌଜାରେ ନିର୍ମାଣ ହେବାକୁ ଥିବା ଗାନ୍ଧିଆନ ମଡେର୍ଣ୍ଣ ଇକୋ ଭିଲେଜ ପ୍ରୋଜେକ୍ଟ ର ବାନପ୍ରସ୍ଥ ଆଶ୍ରମ ଜାଗାର ଚର୍ତୁପାର୍ଶ୍ୱ ବୃକ୍ଷ ରୋପଣ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାନେତ୍ରୀ ରମା ରାଉତଙ୍କ ଆହ୍ୱାନ କ୍ରମେ ପିତାମ୍ବର ରାଉତ, ଦିବାକର ସାମନ୍ତରାୟ, ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ରାଜୀବ ବିଶ୍ୱାଳ ଏବଂ ମା ସେନାପତି ଯୁବକ ସଂଘ ପକ୍ଷରୁ ସଭାପତି ଅଭିଳାଷ ମହାରଣା, ଚନ୍ଦନ, ସୁଧାଂଶୁ, ରବି, କାଳୀ, ଆଲୋକ, ପିଣ୍ଟୁ, ଗଣେଶ, ଭବାନୀ, ଗୌତମ ଓ ସାଇରାମ ପ୍ରମୁଖ ଔଷଧିୟ ବୃକ୍ଷ ରୋପଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ବାନପ୍ରସ୍ଥ ଆଶ୍ରମ ଓ ସ୍ୱରାଜ ଗ୍ରାମ ପ୍ରତିଷ୍ଠା କରାଯିବ। ବିଶ୍ୱ ପରିବେଶକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ବର, ଅଶ୍ୱତ୍ଥ, ନିମ ପ୍ରଭୃତି ବୃକ୍ଷ ରୋପଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ।


