ପ୍ରାକୃତିକ ବିପର୍ଯ୍ୟସ୍ତ ପ୍ରଶମନ ଦିବସରେ ସଚେତନ କଲେ -ଗ୍ରୀନ୍ ଆକ୍ଟିଭିଷ୍ଟ ଲିସିପ୍ରିୟା
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା) – ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଦିବସ ଅବସରରେ ପାରଳା ସ୍ୱାଭିମାନ ମଞ୍ଚ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ କଲେଜ ପରିଶରରେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମଣିପୁର ରାଜ୍ୟର ୮ବର୍ଷର କୁନି ପ୍ରକୃତିବନ୍ଧୁ ଶିଶୁ ବିଶେଷଜ୍ଞ ଝିଅ ଲିସିପ୍ରିୟା ଯିଏକି ପରିବେଶ ପାଇଁ ଦିଲ୍ଲିର ଇଣ୍ଡିଆ-ଗେଟ ନିକଟରେ ନିଜର ଲଢେଇ ଆରମ୍ଭ କରିଥିଲେ । ସେ ବିଶେଷ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲେ । ପରିବେଶ ସୁରକ୍ଷା ପାଇଁ ସମସ୍ତେ କାର୍ଯ୍ୟ କଲେ ପ୍ରାକୃତିକ ବିପର୍ଯ୍ୟୟ ଟଳି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗଜପତି ଜିଲ୍ଲାକୁ ବିପର୍ଯ୍ୟୟରୁ ରକ୍ଷା କରିବାକୁ ହେଲେ ଏଠାରେ ସବୁଜ ବିପ୍ଳବ ଆଣିବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲା । ଏହି ସଭାରେ ବରିଷ୍ଠ ପରିବେଷବିତ ଚନ୍ଦନ ଘୋଷ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତିୟ ସ୍ତରର ପରିବେଶବିତ କେ.କେ.ସିଂ, ଜିଲ୍ଲା ପରିଷଦ ସଭ୍ୟ ହିମ୍ମାଂସୁ ଲିମ୍ମା ଓ ବରିଷ୍ଠ ନେତା ଏସ.ଗଜପତି ରାଓ ପ୍ରମୁଖ ଯୋଗ ଦେଇ ପରିବେଶ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ ।


