୧୨ ଫୁଟର ଅଜଗର ସାପ ଉଦ୍ଧାର କଲା ଟିମ ହ୍ୟୁମାନିଟି

ଫୁଲବାଣୀ, (ସୁନୀଲ ବେହେରା):ଫୁଲବାଣୀ ସହରଠୁ ପ୍ରାୟ ୫ କିଲୋମିଟର ଦୂର କଲାଡି ଗ୍ରାମ ଅମିତ କହ୍ନର ବଗିଚାରେ  ଏକ ୧୨ଫୁଟର ଅଜଗର ସାପ ପଶି ଆସିଥିବା ନେଇ କଲାଡି ଗ୍ରାମର ସଂଜୀବ କହ୍ନର ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଯୋଗାଯୋଗ କରିଥିଲେ। ସମୟ ନଷ୍ଟ ନ କରି ତୁରନ୍ତ  ଟିମ ର ଆବାହକ ଭି. ଲୋକନାଥ ରାଜୁ ଙ୍କ ନେତୃତ୍ୱରେ ଟିମ୍ ସଦସ୍ୟ  ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ, ପ୍ରଫୁଲ କୁମାର ପୃଷ୍ଟି ,  ସସ୍ମିତା ସାହୁ, ଏସ କେ ଅବଦୁଲ ସାକୀର, ଅନୁପ ବିକ୍ରମ ପାତ୍ର , ରମେଶ ଚନ୍ଦ୍ର ମହାନ୍ତି ଏବଂ ରବୀନ୍ଦ୍ର ମହାରଣା ଉକ୍ତ ସ୍ଥାନରେ ପହଞ୍ଚିଥିଲେ।   ଆକାରରେ ବଡ଼ ଥିବା ସାପଟିକୁ ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଟିମ୍ ସଦସ୍ୟ ଦ୍ଵାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗାଁ ଠାରୁ ଦୂର ଜଙ୍ଗଲରେ ଛାଡ଼ି ଦିଆଗଲା। ଟିମ୍ ର ତତ୍ପରତା ଏବଂ ସାହାସ୍ ପାଇଁ ଗାଁ ଲୋକେ ଏବଂ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ର ସଭାପତି ସୁନୀଲ ପଟ୍ଟନାୟକ ,ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ ସାଧୁବାଦ ଜଣାଇ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ