ଫୁଲବାଣୀ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବାର ଆସୋସିଏସନର ବିଭିନ୍ନ ପଦବୀ ପାଇଁ କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ବିରୋଧ ନିର୍ବାଚିତ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନା ମୁତାବକ, ବିଶ୍ୱଜିତ ପଟ୍ଟନାୟକ ସଭାପତି ବାବେ ନିର୍ବାଚିତ ହୋଇଥିବା ବେଳେ ବୀଣାପାଣି ପ୍ରଧାନ ସଂପାଦକ ହୋଇଛନ୍ତି। ସେହିପରି ଉପସଭାପତି ଭାବେ କୁଞ୍ଜବିହାରୀ ଶତପଥି, ଯୁଗ୍ମ ସଂପାଦକ ଭାବେ ନନ୍ଦିତା କୁମାରି,କୋଷାଧ୍ୟକ୍ଷ ଭାବେ ଜ୍ଞାନେନ୍ଦ୍ର ନାଥ ପାଢୀ ନିର୍ବାଚିତ ହୋଇଛନ୍ତି। କାଯ୍ୟନିର୍ବାହୀ ପରିଷଦର ସଦସ୍ୟ ଭାବେ ପଙ୍କଜ ବେହେରା ଓ ନମିତା ସାହୁ ନିର୍ବାଚିତ ହୋଇଥିବା ବାର ଆସୋସିଏସନ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି । ସୂଚନା ପ୍ରକାରେ ଏହି ନିର୍ବାଚନ ପାଇଁ ହୋଇଥିବା ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିଲେ। ତେଣୁ ସମସ୍ତ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଡଭୋକେଟ ପ୍ରତାପ ପାତ୍ର ନିର୍ବାଚନ ପରିଚାଳନା କରିଥିଲେ।


