ଫେସବୁକରୁ ପ୍ରେମ ଓ ବ୍ଲାକମେଲିଂ ଯୁବକ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ଫେସବୁକ୍‌ରୁ ବନ୍ଧୁତା ସ୍ଥାପନ ପରେ ପ୍ରେମ ସମ୍ପର୍କ । ଆଉ ତାରେ ବ୍ଲାକମେଲ ଆରମ୍ଭ । ଶେଷରେ ବ୍ଲାକମେଲର ପ୍ରେମିକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଏହି ଘଟଣା ଘଟିଛି ବାଳେଶ୍ୱର ଜିଲା ନୀଳଗିରି ବରହମପୁର ଅଞ୍ଚଳରେ । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ବରହମପୁର ଥାନା ଟୁକିପଦା ଗ୍ରାମର ଯୁବକ ପ୍ରକାଶ ସିଂକୁ ଗିରଫ ସହ ସାଇବର ଥାନା ପୁଲିସ କୋର୍ଟ ଚାଲାଣ କରିଛି । ବରହମପୁର ଅଞ୍ଚଳରେ ଜନୈକ ମହିଳାଙ୍କ ସହ ପ୍ରକାଶ ପ୍ରଥମେ ଫେସବୁକ ବନ୍ଧୁ ହୋଇଥିଲେ । ଉଭୟ ପାଖାପାଖି ଅଞ୍ଚଳର ବୋଲି ଜାଣିବା ପରେ ଉଭୟଙ୍କ ବନ୍ଧୁତା ଆହୁରି ଘନିଷ୍ଟ ହୋଇ ପରବର୍ତ୍ତୀ ସମୟରେ ପ୍ରେମକୁ ରୂପାନ୍ତରିତ ହୋଇଥିଲା । ତାଙ୍କ ସ୍ୱାମୀଙ୍କ ଅନୁସ୍ଥିତରେ ମହିଳାଙ୍କ ସହ ପ୍ରକାଶ ଭିଡିଓ କଲରେ ନିୟମିତ କଥା ହେଉଥିଲେ । ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ସ୍ୱାମୀଙ୍କୁ ପଠାଇଦେବାର ଭୟ ଦେଖାଇ ତାଙ୍କ ଠାରୁ ପ୍ରକାଶ ଅର୍ଥ ଦାବି କରିଥିଲେ । ଏମିତିକି କିଛି ଭିଡିଓକୁ ସେ ଫେକ୍‍ ଆଇଡିରୁ ଭାଇରାଲ ବି କରିଥିଲେ । ତେବେ ବାରମ୍ବାର ବ୍ଲାକମେଲର ଶିକାର ହୋଇ ମହିଳା ଜଣକ ସମାଜସେବୀ ଅପର୍ଣ୍ଣା ମହାପାତ୍ରଙ୍କ ସହଯୋଗରେ ଗତମାସ ୬ ତାରିଖରେ ବାଲେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଇବର ଥାନା ପୁଲିସ ୭/୨୦୨୩ ନଂର ମାମଲା ରୁଜୁ ସହ ତଦନ୍ତ ଜାରି ରଖିଥିଲେ । ସମସ୍ତ ପ୍ରମାଣ ଏକାଠି ସହ ପୁଲିସ ଅଭିଯୁକ୍ତ ପ୍ରକାଶକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ