ରସାଳପୁର କୃଷି ସମବାୟ ସମିତିରେ ସଚେତନତା କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା:ରସାଳପୁର ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଋଣ ପରିଚାଳନା ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଉପ-ମହାପ୍ରବନ୍ଧକ ହିମାଂଶୁ ଶେଖର ଦାସ ଏହି କର୍ମଶାଳାକୁ ଉଦଘାଟନ କରିବା ସହିତ ସମବାୟ ଋଣ ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ସ୍ୱଳ୍ପ ସୁଧ ଓ ବିନା ସୁଧରେ ତଥା ସହଜ ଋଣ ପ୍ରଦାନ, ଋଣ ଅର୍ଥର ସୁବିନିଯୋଗ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଋଣଅର୍ଥ ଫେରସ୍ତ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବ୍ୟାଙ୍କର ସଦର ଶାଖା ପରିଚାଳକ ଅଶୋକ ମିଶ୍ର, ବିବିସିସି ୯ ନଂ ଜୋନ ନିର୍ଦ୍ଦେଶକ ଦେବ କୁମାର ଦେବ ପ୍ରମୁଖ ଏଥିରେ ଯୋଗଦେଇ ସମବାୟ ବ୍ୟାଙ୍କର ନୂତନ ଋଣନୀତି ସମ୍ପର୍କରେ ଆଲୋକପାତ କରିଥିଲେ । ବିନା ସୁଧରେ କୃଷକଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ଓ ଏସଏଚଜିଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନର ବ୍ୟବସ୍ଥା ରହିଥିବା ନେଇ ସେମାନେ ସୂଚନା ଦେଇଥିଲେ । ସମିତିର ନିର୍ଦ୍ଦେଶନା ମଣ୍ଡଳି ସଭାପତି ଅର୍ଜୁନ ପ୍ରସାଦ ଦାସ ଏହି କର୍ମଶାଳାରେ ସଭାପତିତ୍ୱ କରିଥିବା ବେଳେ ନିର୍ଦ୍ଦେଶକ ଚିତ୍ତରଂଜନ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସମିତି ସମ୍ପାଦକ ଅସିତ କୁମାର ଦାସ ବିବରଣୀ ଉପସ୍ଥାପନ କରିଥିବା ବେଳେ ସହ-ସମ୍ପାଦକ ପ୍ରଦୀପ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ