ବନ୍ତରେ ଫିଜୋଥେରାପି ସେଣ୍ଟର ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ବନ୍ତସ୍ଥିତ କେନାଲ ରୋଡ ଠାରେ ଫିଜୋଥେରାପି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ତଥା ପ୍ରାଧ୍ୟାପକ ଡଃ.ସୁଧାଂଶୁ ଶେଖର ନାୟକ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ଆଇନଜୀବି ମାଧବାନନ୍ଦ ଦାସ, ସମିତି ସଭ୍ୟା ସୁଜାତା ସେଠୀ, ସୁଧିର କୁମାର ନାୟକ, ଆରୋଗ୍ୟ କେନ୍ଦ୍ରର ସତ୍ତ୍ୱାଧିକାରୀ ନମିତା ସାହୁ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ରବିନ୍ଦ୍ର ସେଠୀ, ବଳରାମ ଦାସ, ମଣିଭଦ୍ର ସାହୁ, ପିଣ୍ଟୁ ସ୍ୱାଇଁ, ଗଣନାଥ ବେହେରା, ହେମନ୍ତ ମଲ୍ଲିକ ଉପସ୍ଥିତ ଥିଲେ । ଏହି କେନ୍ଦ୍ରରେ ଆଣ୍ଠୁ ଗଣ୍ଠି, ମେରୁଦଣ୍ଡ ସମସ୍ୟା, ପାରାଲିସିସ୍, ଡାଇବେଟିସ୍, ଥାଇରଡ୍, ଗୁପ୍ତରୋଗ, ଗ୍ୟାସ୍, ଏସି.ଡି.ଟି. ଅଲସର, ଅର୍ଶ ଆଦି ରୋଗର ସଫଳ ଚିକିତ୍ସା ସଂପୂର୍ଣ୍ଣ ଆୟୁର୍ବେଦିକ୍ ହର୍ବାଲ ମେଡିସିନ ମାଧ୍ୟମରେ କରାଯିବ ବୋଲି ଜଣାଯାଇଛି ।


