ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଙ୍ଘର ବାର୍ଷିକ ନିର୍ବାଚନୀ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ପାରଳାଖେମୁଣ୍ଡି RMC CONFERENCE HALL ଠାରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଙ୍ଘ ପାରଳାଖେମୁଣ୍ଡି ଶାଖା ର ବାର୍ଷିକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା I ଏଥିରେ ସଂଘ ର କାଯ୍ୟକାରୀ ସଭାପତି ଶ୍ରୀ ଦୀନବନ୍ଧୁ ମହାନ୍ତି, ରାୟଗଡା ସର୍କଲ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଗୁଣୁପୁର ଡିଭିଜନର ସମ୍ପାଦକ ଅଜିତ ପଣ୍ଡା, କେନ୍ଦ୍ରୀୟ କାର୍ଯକାରୀ ସଦସ୍ୟ ପ୍ରଦୀପ କୁମାର ପାଢ଼ୀ ତଥା ରଜତ କୁମାର ପ୍ରଧାନ ଅତିଥି ଭାବେ ଉପସ୍ଥିତ ରହିଥିଲେ I ଏହି ସଭାରେ ୨୦୨୩ ପାଇଁ ଶ୍ରୀ ଗୋପୀନାଥ ବିଶ୍ୱାଳ ଉପଦେଷ୍ଟା, ଶ୍ରୀ ସୁକାନ୍ତ କୁମାର ପଣ୍ଡା ପାରଳାଖେମୁଣ୍ଡି ଶାଖାର ଡିଭିଜନ ସମ୍ପାଦକ, ଶ୍ରୀ ଧନପତି ପ୍ରଧାନ ସହ ସମ୍ପାଦନ, ଶ୍ରୀ ଅଶ୍ୱିନୀ କୁମାର ସ୍ୱାଇଁ କେନ୍ଦ୍ରୀୟ କାର୍ଯକାରୀ ସଦସ୍ୟ , ଶ୍ରୀ ଶିଶିର କୁମାର ସାହୁ କୋଷାଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ l ଏହି ସଭାରେ ସଂସ୍ଥା ରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ ମାନଙ୍କର ସମସ୍ୟା ଏକ ମୁଖ୍ୟ ବିଷୟ ବସ୍ତୁ ରୁପେ ଆଲୋଚନା ହୋଇଥିଲା ତା ସହ ସଂଙ୍ଘ ର ଆଗାମୀ ପଦକ୍ଷେପ ଗୁଡିକ ବିଷୟରେ ସଭାପତି ସମସ୍ତ ସଭ୍ୟଙ୍କୁ ଅବଗତ କରାଇଥିଲେ l


