୩ ଦିନ ବିତିଲା ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଆସାମୀ କୁ ଧରୁନି ପୋଲିସି
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କରେ ସାମ୍ବାଦିକ ପେଟରେ ଛୁରି ଲଗାଇବା ଘଟଣାରେ ୩ଦିନ ବିତି ଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଧରିପାରିନାହିଁ । ଫଳରେ ପୁଲିସ୍ରର ଅପାରଗତା ପଦାରେ ପଡ଼ିଛି। ଏହି ଘଟଣାରେ ସୋମବାର ରାତିରେ ତାର ସାଥି ରାଜା ପ୍ରଧାନ କୁ ପୁଲିସ ଧରି ଆଣି ଅଟକରଖିଥିବା ଜଣାପଡିଥିଲା।ମଙ୍ଗଳବାର କୋଣାର୍କ ପୋଲିସି ନିଜର ବାହାବାହା ନେବା ପାଇଁ ତରତାରିଆ ଭାବେ ଉକ୍ତ ଯୁବକକୁ କୋଣାର୍କ ଡାକ୍ତରଖାନା ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ କୋର୍ଟ ରେ ହଜାର କରାଇଥିଲେ ମାତ୍ର ଜାମିନି ନାମଞ୍ଜୁର ହେବାପରେ ତାକୁ ଜେଲ ପଠାଇଦିଆଯାଇଥିବା ଜଣାପଡିଛି ।ଏନେଇ ପୋଲିସି ଗଣମାଧ୍ୟମ କୁ କୌଣସି ସୂଚନା ମଧ୍ୟ ଦେଇନଥିବାକୁ ନେଇ ସାଧାରଣ ରେ ପୋଲିସି ର ତଦନ୍ତ ଓ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁଖ୍ୟ ଆସାମୀ କୋଣାର୍କ ନିକଟ ବିଭିନ୍ନ ଗ୍ରାମରେ ଘୁରିବୁଲୁଥିଲା ବେଳେ ପୋଲିସି ତାକୁ ଗିରଫ ନକରି ବିଭିନ୍ନ ଆଳ ଦେଖାଇ ଚୁପଚାପ ବସିରହିଛି । ସମ୍ବାଦିକଙ୍କଇ ଅଭିଯୋଗ କୁ କୋଣାର୍କ ପୋଲିସି ର ଅଣଦେଖାକୁ ନେଇ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ କୋଣାର୍କର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ସଭାପତି ତ୍ରୀବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଖବର ସଂଗ୍ରହ ସମୟରେ କୋଣାର୍କରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କୋଣାର୍କ ପୁଲିସ୍ରର ଅପାରଗତାକୁ ନେଇ ଦୃଢ଼ ନିନ୍ଦା କରାଯାଇଥିଲା। ୩ଦିନ ବିଇଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ କୁ କୋଣାର୍କ ପୋଲିସି ଟାଳଟୁଳ ନୀତି ରେ ଧରୁନଥିବାକୁ ନେଇ ଆଗାମୀ ଗୁରୁବାର ମିଳିତ ସାମ୍ବାଦିକ ସଂଘ ର ସମସ୍ତ ସାମ୍ବାଦିକ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି କୋଣାର୍କ ପୋଲିସି ର କାର୍ଯ୍ୟକଳାପ ବିଷୟରେ ଅବଗତ କରାଇବା କୁ ନିଷ୍ପତି ହୋଇଛି ।ଆଗାମୀ ଦିନରେ ଜିଲ୍ଲା ସହିତ ସମଗ୍ର ରାଜ୍ୟରେ ଏନେଇ ଆନ୍ଦୋଳନ୍ତାମକ ପଦକ୍ଷେପ ନିଆଯିବ ତା ସହିତ କୋଣାର୍କ ପୋଲିସି ର ସମସ୍ତ କାର୍ଯ୍ୟକୁ ନେଇ ପୁଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ମୁଖ୍ୟ ଆସାମି କୁ ଗିରଫ ପାଇଁ ଆଗାମୀ ଦିନରେ କଠୋର ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଏନଏ ସାହା ଆନଶାରୀ,ସଞ୍ଜୟ ପତି,ମାନସ ରଂଜନ ପାତ୍ର, ଅବନୀ ଭୂଷଣ ବାରିକ, ମନୋରଞ୍ଜନ ପଣ୍ଡା, ଜ୍ୟୋତିରାଜ ମହାନ୍ତି,ଅଜିତ କୁମାର ମଲ୍ଲିକ,ଧନଞ୍ଜୟ ବେହେରା, ବିଶ୍ଵଜିତ ରାଉତରାୟ, ବିଚିତ୍ର ଓଝା, ଭାଗିରଥି ସ୍ବାଇଁ, ସୁକାନ୍ତ ବିଶ୍ବାଳ,ଗଣେଶ ଚନ୍ଦ୍ର ବେହେରା, ଦୁର୍ଗା ପ୍ରସାଦ ମହାପାତ୍ର , ସମେତ କୋଣାର୍କ” ମୋ ପୋଲିସି” ର ଅଧକ୍ଷ ରାମକୃଷ୍ଣ ମହାନ୍ତି ଙ୍କ ସହିତ ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ। ସୂଚନା ଥାଉକି, ରବିବାର କୋଣାର୍କର ଗଣମାଧ୍ୟମ ପ୍ରତିନିଧିମାନେ ସୂର୍ଯ୍ୟମନ୍ଦିର ସମ୍ମୁଖକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ପର୍ଯ୍ୟଟକଙ୍କ ସମ୍ମୁଖରେ ରାଉଳପାଟଣା ଗ୍ରାମର ରଞ୍ଜୁ ଲେଙ୍କା ଓ ସାଥି ରାଜା ପ୍ରଧାନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଦୁଇଜଣ ସାମ୍ବାଦିକଙ୍କୁ ଛୁରିଆ ଲଗାଇ ଆକ୍ରମଣ ଉଦ୍ୟମ କରିଥିଲା। ସୂର୍ଯ୍ୟମନ୍ଦିର ସମ୍ମୁଖ ପୁଲିସ ପୋଷ୍ଟ ନିକଟରେ ଏଭଳି ଘଟଣା ଘଟିଥିଲା। ଏହି ଘଟଣା ପରେ ଖବର ସଂଗ୍ରହ ନକରି ସାମ୍ବାଦିକମାନେ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇ ଆସିଥିଲେ। ଏ ସମ୍ପର୍କରେ କୋଣାର୍କ ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା ।


