ବନ୍ଧୁକ ମୁନରେ ଇଣ୍ଡିକୋ କାର ଲୁଟ

ଗୁଡ଼ା, (ଅନିଲ କୁମାର ମହାରଣା):ନୟାଗଡ଼ ସହରରୁ ଏକ ଇଣ୍ଡିକୋ କାର ଓଆର ୨୫ ସି ୨୭୪୪ ଭଡାରେ ବ୍ରହ୍ମପୁର ଯାଉଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ କରଚୁଲି ଗ୍ରାମ ନିକଟରେ ଭଡାରେ ଆସୁଥିବା ଲୋକମାନେ ବନ୍ଧୁକ ଦେଖାଇ ଗାଡି ମାଲିକ ତଥା ଡ୍ରାଇଭର ଙ୍କୁ ଗାଡିରୁ ବାହାର କରି ଗାଡ଼ିଧରି ବୁଗୁଡା ଦିଗକୁ ଆସିଥିଲେ। ଗାଡି ମାଲିକ ଅରୁ ଚନ୍ଦ୍ର ନାୟକ କହିବା ପ୍ରକାରେ ୬ ଜଣ ବ୍ୟକ୍ତି ନୟାଗଡ଼ ରୁ ବ୍ରହ୍ମପୁର ଯିବା ପାଇଁ ତାଙ୍କ କାର ଭଡା କରିଥିଲେ। ନୟାଗଡ଼ରୁ ବାହାରି ବ୍ରହ୍ମପୁର ଯାଉଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ କରଚୁଲି ମେଡ଼ିକାଲ ପୂର୍ବରୁ ଦୁଇ ଜଣ ଗାଡି ରଖିବାକୁ କହିଲେ। ଗାଡି ରଖିବା ପରେ ବନ୍ଧୁକ ମୁଣ୍ଡରେ ଲଗାଇ ଡ୍ରାଇଭରଙ୍କୁ ଗାଡିରୁ ବାହାର କରି ଗାଡ଼ିଧରି ବୁଗୁଡା ଦିଗକୁ ଆସିଥିଲେ। ଡ୍ରାଇଭର ଜଣଙ୍କ ମେଡ଼ିକାଲ ନିକଟକୁ ଯାଇ ଉପସ୍ଥିତ ଲୋକଙ୍କୁ କହିବା ପରେ ବି.କରଡ଼ାବାଡି ଗ୍ରାମର ଲୋକଙ୍କ ନିକଟକୁ ଫୋନ କରିଥିଲେ। ଗ୍ରାମ ଲୋକେ ବି.କରଡ଼ାବାଡ଼ି ରେ ରାସ୍ତ ଅବରୋଧ କରିଥିଲେ। ଯାହା ଫଳରେ ଗାଡି ଲୁଟେରା ମାନେ ବ.କରଡ଼ାବଡି ପୂର୍ବରେ ଥିବା କେନାଲ ହୁଡାରେ କିଛି ଦୂର ଯାଇ ଗାଡିର ଚାବି ବନ୍ଦକରି ନିକଟସ୍ଥ ଜଙ୍ଗଲ ଦିଗକୁ ଚାଲିଯାଇଥିଲେ। ଖବର ପାଇ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି। ପାଠ ଲେଖା ସୁଦ୍ଧା ଲୁଟେରା ମାନଙ୍କ ସନ୍ଧାନ ମିଳିପାରି ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ