ବନ୍ୟା ଘେରରୁ ୧୫ ଗର୍ଭବତୀ ଉଦ୍ଧାର
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ଅଞ୍ଚଳ ଏବେ ଧନୁଆ ନଦୀ ବନ୍ୟା ରେ ଉବୁଟୁବୁ ହେଉଛି। ଏହି ସମୟରେ ବନ୍ୟା ପ୍ଲାବିତ ଶଗଡ଼ା, ଧନୁଆଁ, ବାମନାଳ, ଶାଇଁସ ଶାସନ, ବଡ଼ଶିରୁଳା ,ଅଲଣ୍ଡା, ବଡ଼ମାଛପୁର, ରେଞ୍ଚ ପ୍ରଭୃତି ପଞ୍ଚାୟତ ରେ ରହିଥିବା ୩୨ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୫ଜଣ ଆସନ୍ନ ପ୍ରସବା ମହିଳା ଙ୍କୁ ତାଙ୍କୁ ଘରୁ ଉଦ୍ଧାର କରାଯାଇ ବୋଟ ଯୋଗେ ନିଆଯାଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବ୍ଲକ ସିଡିପିଓ କୁମୁଦିନୀ ମିଶ୍ର ପ୍ରକାଶ କରିଛନ୍ତି।


