ବର୍ଷାନ୍ତ ସାହିତ୍ୟ ଆସର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ତୁଳସୀପୁର ସ୍ଥିତ ବୀରଭଦ୍ର ସ୍ମୃତି ପାଠାଗାର ଠାରେ ବର୍ଷାନ୍ତ ସାହିତ୍ୟ ଆସର ସଭା କବି ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଡ.ଭରତ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ବର୍ଷିୟାନ କବି ଓ ଲେଖକ ଅଚ୍ୟୁତାନନ୍ଦ ସାମଲ, ଶିକ୍ଷାବିତ ଶରତ ଚନ୍ଦ୍ର ମହାପାତ୍ର, ଅରୁଣ ଖିଲାର, ଅନାଦି ଚରଣ ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଭରତ ଚନ୍ଦ୍ର କରଣ, ନଟବର ରାଉଳ, ସଂଜୟ ନନ୍ଦ, ଗୁରୁ ଚରଣ ସାହୁ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ବେହେରା, ନିର୍ମଳ ଧଳ, ନିର୍ମଳ ସେନାପତି, ବିଶ୍ୱମ୍ବର ରାଉତ, ଗୁରୁ ପ୍ରସାଦ ସାହୁ, ସଂଜୟ ନନ୍ଦ, ସାର୍ଥକ ସାମଲ, ଘନଶ୍ୟାମ ସ୍ୱାଇଁ, ଧ୍ରୁବ ଚରଣ ବାରିକ, ମୂରଲୀଧର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଶିକ୍ଷକ ପବନ କୁମାର ନାୟକ ଅତିଥିପରିଚୟ ପ୍ରଦାନ କରିଥିବାବେଳେ କବି ଜଗନ୍ନାଥ ସାମଲ ଧନ୍ୟବାଦ ଦେଇଥିଲେ ।


