ଗ୍ରାମଦେବତୀ ପୀଠରେ ଗୀତା ଜୟନ୍ତୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ଗ୍ରାମର ମା ସନ୍ତେଶ୍ୱରୀ ପୀଠରେ ଆଜି ଗୀତା ଜୟନ୍ତୀ ବୈଦିକ ରୀତିରେ ପାଳନ କରାଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷରୁ ଗ୍ରାମଦେବତୀ ପୂଜନ, ଗୋ-ପୂଜନ ସହିତ କଳସ ପୂଜନ ଅନୁଷ୍ଠିତ ହୋଇଥିଲା । ଯ ଜ୍ଞ ମଣ୍ଡପରେ ଷୋଡଶ ଉପଚାର ପୂଜାର୍ଚ୍ଚନା କରାଯାଇ ଗୀତାପାଠ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ପରିକ୍ଷୀତ ପଣ୍ଡା, ଚନ୍ଦ୍ର ଶେଖର ପାଢୀ, ଜ୍ଞାନ ରଞ୍ଜନ ମିଶ୍ର, ଚିତ୍ତରଞ୍ଜନ ପଣ୍ଡା, ମଧୁସୂଦନ ପଣ୍ଡା ପ୍ରମୁଖ ବୈଦିକ ବିଧି ଅନୁଯାୟୀ ଗୀତା ପୂଜନ କରିବା ସହ ଗୀତା ପାଠ କରିଥିଲେ ।


