ବହଳଦା ବ୍ଲକ ଅଧ୍ୟକ୍ଷ ସଡକ ଦୂର୍ଘଟଣାରେ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତି ଉପଲକ୍ଷେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ରହିଥିବାବେଳେ ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମ ସଡକ ଦୂର୍ଘଟଣାରେ ଗୁରୁତର ଆହତ ହୋଇ ଶୋଚନୀୟ ଅବସ୍ଥାରେ ଚିକିତ୍ସାଧିନ ଥିବାର ଦୁଃଖଦ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏକ ସମ୍ପର୍କିୟ ଭାଇ’ଙ୍କ ସହିତ ମାରୁତି ଜେନ୍ କାରରେ ଅନ୍ୟ କିଛି ସାଥି’ଙ୍କ ସହିତ ଝାରଖଣ୍ଡ ର ରାଜନଗର ନିକଟସ୍ଥ ନିଜ ସମ୍ପର୍କିୟ’ଙ୍କ ଘରୁ ଫେରୁଥିବା ବେଳେ ରାଜନଗର-ହାତା ମୂଖ୍ୟ ରାସ୍ତାର ଏକ ବାଙ୍କରେ ନିୟନ୍ତ୍ରଣ ହରାଇ କାର୍ ଟି ଦୂର୍ଘଟଣାଗ୍ରସ୍ତ ହୋଇଥିଲା।ଦୂର୍ଘଟଣା ରାତ୍ରୀ ପ୍ରାୟ ୧୦.୩୦’ମି. ସମୟରେ ଘଟିଥିଲା।ଦୂର୍ଘଟଣାରେ ଅନ୍ୟମାନେ ସାମନ୍ୟ ଆହତ ହୋଇଥିବାବେଳେ ବ୍ଲକ୍ ଅଧ୍ୟକ୍ଷ ଦୁଃଖୁ’ଙ୍କ ମୁଣ୍ଡରେ ଗଭିର ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ।ସେଠାରୁ ତାଙ୍କୁ ଆମ୍ବୁଲ୍ୟାନ୍ସ ଯୋଗେ ଜାମସେଦ୍ପୁର ର ମାନଗୋ ସ୍ଥିତ “ଉମା ସୁପର ସ୍ପେସାଲିଟି ହାଇଟେକ ହସପିଟାଲ’ କୁ ନିଆ ଯାଇଛି।ସେଠାରେ ସେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧିନ ରହିଥିବା ଖବର ହସ୍ତଗତ ହୋଇଛି।


