ବାଇକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଚ୍ଛାପଡା ଥାନା ଅନ୍ତର୍ଗତ ରାଣୀମିଲିକ ଛକଠାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି। ମୃତକ ଜଣକ ହେଲେ ପଲାବ୍ରୁଡି ପଞ୍ଚାୟତ ଦରିସୁଗା ଗ୍ରାମର ଅଶୋକ କହଁର। ଅପରପକ୍ଷରେ ମୃତକଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ ଗୁରବାର ରାତିରେ ଅଶୋକ ଏବଂ ଭାଗିରଥି ଏକ ବାଇକରେ ଫିରିଙ୍ଗିଆରୁ ଦରିସୁଗା ଆଡକୁ ଯାଉଥିଲେ। ରାଣୀମିଲିକ ଛକରେ ଅପର ଦିଗରୁ ଆସୁଥିବା ଜୟ କହଁର ଓ ବଶିଷ୍ଠ କହଁରଙ୍କ ବାଇକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଜୟ ଏବଂ ବଶିଷ୍ଟ ପାହିରାଜୁରୁ ଫିରିଙ୍ଗିଆ ଆଡକୁ ଯାଉଥିଲେ। ଦୁର୍ଘଟଣାରେ ସମସ୍ତ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କୁ ଗ୍ରାମବାସୀ ମାନେ ଅଟୋ ରିକ୍ସା ସହାୟତାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଅଶୋକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତ ମାନଙ୍କ ମଧ୍ୟରୁ ବଶିଷ୍ଠ ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତ ଅଶୋକଙ୍କ ସ୍ତ୍ରୀ ପ୍ରିୟତମା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଗୋଚ୍ଛାପଡା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଗୋଚ୍ଛାପଡା ପୁଲିସ ଏହି ମାମମାଲରେ କେସ ନଂ ୨୨/୨୧ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ