୨୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ କୁଟିକିଆ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରବିନ୍ଦ୍ର ମୁଣ୍ଡାରୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ପଦ୍ମାପଦର ବ୍ରିଜ ନିକଟରେ ଯାଞ୍ଚ ସମୟରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ଦୁଇ ଜଣ ଧରାପଡ଼ିଥିବା ବେଳେ ଘଟଣା ସ୍ଥଳରୁ ତିନି ଜଣ ଚମ୍ପଟ ମାରି ପଳାଇଥିଲେ l ସେଥିରୁ ୪୫୦ କେଜି ୮୦୦ ଗ୍ରାମ ଗଂଜେଇ ଜବତ କରିଥିଲେ l ଏ ନେଇ ଥାନା ରେ ଏକ ମାମଲା ନଂ.୫୯/୨୧ ରେ ରୁଜୁ କରି ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା କୁଟିକିଆ ପଞ୍ଚାୟତର ବକାରୀମୁଣ୍ଡା ଗ୍ରାମର ପାରସ ମଲିକ, ପଦ୍ମ ଚରଣ ମଲିକ ଙ୍କୁକୋର୍ଟ ଚାଲାଣ କରିଛନ୍ତି l ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନେ କିଏ କିଏ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ