ବିକଳାଙ୍ଗ ମଞ୍ଚ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଓଡିଶା ବିକଳାଙ୍ଗ ମଞ୍ଚ ଭଣ୍ଡାରିପୋଖରୀ ବ୍ଲକ ଶାଖା ପକ୍ଷରୁ ବ୍ଲକ ନିକଟ ଶନିମନ୍ଦିର ଠାରେ ସଭାପତି ଭାସ୍କର ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବ୍ଲକର ଅନେକ ବିକଳାଙ୍ଗ କର୍ମକର୍ତ୍ତା ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶେଷକରି ବ୍ଲକ ପରିସରରେ ନୂତନ ଭାବେ ନିର୍ମାଣ ହେଉଥିବା ବିଭିନ୍ନ କାର୍ଯ୍ୟାଳୟ ଗୃହକୁ ଯିବା ପାଇଁ ସ୍ୱତନ୍ତ୍ର ଭାବେ ର୍ୟାମ୍ପ ନିର୍ମାଣ ହେଉନଥିବାରୁ କର୍ମକର୍ତ୍ତା ମାନେ କ୍ଷୋଭ ପ୍ରକାଶ କରିଥିଲେ । ଏହାଛଡା ତିନିଟି ଜରୁରୀକାଳୀନ ଯୋଜନା ଉପରେ ଜନସୂଚନା ଆଇନ ଅନୁସାରେ ତଥ୍ୟ ମଗାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଶେଷରେ କର୍ମକର୍ତ୍ତା ମାନେ ବିଡିଓଙ୍କୁ ଭେଟି ଅନେକ ସମସ୍ୟା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ବୈଠକରେ ଓଡିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସହସମ୍ପାଦକ ଅକ୍ଷୟ କୁମାର ସାହୁ, ଜିଲ୍ଲାସଭାପତି ଯଦୁମଣୀ ଦାସ, ବିଜୟ ଦାସ, ଅଭିମନ୍ୟୁ ଜେନା, ବଳରାମ ସେଠୀ, କେଶବ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ ।


