ବିକଶିତ ଭାରତ ରଥ ପରିକ୍ରମା

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ପଞ୍ଚାୟତରେ ବିକଶିତ ଭାରତ ରଥ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେପି ର ବରିଷ୍ଠ ନେତା ରମେଶ ଚନ୍ଦ୍ର ଗୈାଡ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପରିକ୍ରମା ରଥର ଶୁଭାରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କୁ ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏବିଡିଓ ନିରାକାର ଜେନା,ସରପଂଚ ସବିତା ସେଠୀ, ସମିତି ସଭ୍ୟ ସିମାଞ୍ଚଳ ଗୈାଡ, ସମାଜସେବୀ ସନ୍ତୋଷ ସେଠୀ, କୈଳାସ ସେଠୀ,ରମେଶ ଚନ୍ଦ୍ର ବେହେରା,ଜିଆର ଏସ ଅଶ୍ବନି ଗୈାଡ ଙ୍କ ସମେତ ଗ୍ରାମବାସୀ, ଅଙ୍ଗନବାଡ଼ି କର୍ମୀ,ଆଶାଦିଦି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ