ବିଜାତଳା ବନ ବିଭାଗ କାର୍ଯ୍ଯାଳଳୟରେ କୃଷକ ଦକ୍ଷତା ବୃଦ୍ଧି ତାଲିମ ଶିବିର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ବନ ବିଭାଗ ପ୍ରାଙ୍ଗଣରେ କୃଷକ ମାନଙ୍କ ପାଇଁ ଗୃହପାଳିତ ପଶୁପକ୍ଷୀ ପାଳନ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ଶିବିର ଓଡ଼ିଶା ବନଖଣ୍ଡ ଉନ୍ନୟନ ପ୍ରୋଜେକ୍ଟ -୨ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଛେଳି, ମେଣ୍ଢା, କୁକୁଡ଼ା ପାଳନର ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଉପରେ ତାଲିମ ପ୍ରଦାନ କରାଯାଇଥିଲା।ଗୃହପାଳିତ ପଶୁପକ୍ଷୀ ମାନଙ୍କର ବିଭିନ୍ନ ରୋଗ , ତାର ଟୀକାକରଣ ଓ ନିଦାନ ଉପରେ ଉପସ୍ଥିତ କୃଷି ଭାଇମାନଙ୍କୁ ତାଲିମ ପ୍ରଦାନ କରା ଯାଇଥିଲା। ବିଶେଷତଃ ଗୋ ଖାଦ୍ୟ ସବୁଜ ଘାସର ଖାଦ୍ୟ ସମସ୍ୟା ପାଇଁ ଆବୋଲା ଚାଷର ପଦ୍ଧତି ଉପରେ ତାଲିମ ପ୍ରଦାନ କରାଯାଇଥିଲା।ଅଗ୍ରଣୀ ଚାଷୀ ମାନଙ୍କୁ ପଶୁପକ୍ଷୀ ମାନଙ୍କର ପ୍ରାଥମିକ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା କରିଥିଲେ ଅତିରିକ୍ତ ପ୍ରାଣୀ ଅଧିକାରୀ ଦିଲ୍ଲୀପ କୁମାର ବେହେରା ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଫୋରେଷ୍ଟ ରେଞ୍ଜର ସତ୍ୟବ୍ରତ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ବିଜାତଳା ବ୍ଲକର ବିଡିଓ ଯୋଗରଞ୍ଜନ ନାୟକ,ପ୍ରଯେକ୍ଟ କୋଡ଼ିନେଟର ଶୁଭ୍ରାଂଶୁ କୁମାର ନାୟକ,(ପ୍ରୋଯେକ୍ଟ ଟ୍ରେନିଂ ଓ ଡେଭଲମେଣ୍ଟ)ଆଶିଷ କୁମାର ମହାନ୍ତ,(ବଡାମତଳିଆ ଫୋରେଷ୍ଟ ସେକ୍ସନ)ମହମ୍ମଦ ମୁସଲିମ,ଫରେଷ୍ଟ ଗାର୍ଡ କାରାନ କିସ୍କୁଙ୍କ ଉପସ୍ଥିତ ଥିଲେ।ବହୁ ଚାଷୀ ତାଲିମ ଦକ୍ଷତା ପାଇ ଉତ୍ସାହିତ ହେବା ସହ କାର୍ଯ୍ୟରେ ପରିଣତ କରିବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ