ବିଜୁସେତୁ ନିର୍ମାଣ ବିଳମ୍ୱ କୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅଞ୍ଚଳ ବାସୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ଜଲମରା ଗାଁ ନିକଟରେ ଥିବା ଘୋଡ଼ାହାଡ଼ ନଦୀ, ନଦୀ ଉପରେ ବିଜୁ ସେତୁ ଯୋଜନା ରେ ଚାଲିଛି ସେତୁ କାମ, ତେବେ କାର୍ଯ୍ୟ ର ବିଳମ୍ବ କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ସମୟ ଥିଲା ନଦୀ ପାର ହୋଇ ପଳାସପୁର ମୁଖ୍ୟ ରାସ୍ତା କୁ ଯିବା ଅସମ୍ଭବ ହେଉଥିଲା । ନଦୀ ଆର ପଟେ ପାଖାପାଖି ଦଶ ଗୋଟି ଗାଁ କୁ ବିଭିନ୍ନ କାମ ପାଇଁ ଲୋକ ମାନେ ଯାତାୟାତ କରିଥାନ୍ତି, ଏହାକୁ ଦୃଷ୍ଟି ରେ ରଖି ବିଜୁ ସେତୁ ଯୋଜନା ରେ ସାମିଲ କରାଯାଇ ଶିଳାନ୍ୟାସ କରାଯାଇଥିଲା 2019 ମସିହା ରେ , କାମ ବି ଆରମ୍ଭ ହେଲା, ଠିକାଦାର ଙ୍କ ମନ ମାନି ବିଭାଗୀୟ ଅଧିକାରୀ ଦୂରଦୃଷ୍ଟି ର ଅଭାବ ଯୋଗୁଁ ଦୀର୍ଘ ୫ ବର୍ଷ ପରେ ମଧ୍ୟ ସେତୁ ନିର୍ମାଣ ବିଳମ୍ୱ ହୋଇଛି । ନଦୀ ରାସ୍ତାରେ ମାଟି ପକାଯାଇଥିବା ଯୋଗୁଁ ନଦୀକୁ ମଧ୍ୟ ଲୋକ ଯାଇପାରୁନଥିବା ଅଭିଯୋଗ ହେଉଛି।କାମ ରେ ମନ୍ଥରତା ଯୋଗୁଁ ସମ୍ପୂର୍ଣ୍ଣ ହେବା ରେ ବିଳମ୍ବ ଘଟୁଛି ବୋଲି କହିଛନ୍ତି ଗ୍ରାମବାସୀ। ଛଅ କୋଟି ଚଉରାଳିସି ଲକ୍ଷ ଟଙ୍କା ତିରିଶି ହଜାର ଟଙ୍କା ବ୍ୟୟ ରେ ନିର୍ମାଣ ହେଉଥିବା ବିଜୁ ସେତୁ 2019 ଜୁନ ମାସରେ କାମ ଆରମ୍ଭ ହୋଇଥିଲା 2021 ଫେବୃଆରୀ ରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ବିଭିନ୍ନ କାରଣ ରୁ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ଘଟିଥିଲା , ବିଳମ୍ବିତ କାମ ଓ ନଦୀକୁ ଯିବା ରେ ଦେଖାଦେଇଛି ଅସୁବିଧା, ସେତୁ ଦ୍ୱାରା 6480 ଜନ ସାଧାରଣ ଉପକୃତ ହେବେ ବୋଲି କୁହାଯାଇଛି । ସାଧାରଣଲୋକ କିମ୍ବା ବାଇକ ଓ ସାଇକେଲ ଟିଏ ମଧ୍ୟ ଯିବା ଆସିବା କଷ୍ଟ ହେଉଥିବା ଯୋଗୁଁ କାମ ଶୀଘ୍ର ଶେଷ କରିବାକୁ ଅଞ୍ଚଳ ବାସି ଦାବି ଦାବିକରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀ ଇନ୍ଦ୍ରଜିତ ସିଂ ଙ୍କୁ ପଚାରିବାରୁ ସେ କହିଲେ ମୁଁ ନୁଆରେ ଆସିଛି ଜାଣିନାହିଁ କହିଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ବେହେରା ଙ୍କୁ ପଚାରିବାରୁ ସେ କହିଲେ ଯଥା ଶୀଘ୍ର କାମସାରିବୁ ।


