ବିଜେଡିରେ ଯୋଗଦେଲେ ନବ ନିର୍ବାଚିତ ସ୍ୱାଧିନ କାଉନସିଲର
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଏନଏସିର ନବନିର୍ବାଚିତ ୧୦ ନଂ ଓ୍ୟାର୍ଡର ସ୍ୱାଧିନ କାଉନସିଲର ଦେବାଶିଷ ମିଶ୍ର ( ବୁନୁ ) ଗୁରୁବାର ବିଜୁଜନତା ଦଳରେ ଯୋଗ ଦେଇଛନ୍ତି । ଛତ୍ରପୁର ସ୍ଥିତ ଶିବକୁମାର ରିଡିଙ୍ଗ ରୁମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ରେ ଯୋଗଦେଇଥିବା ଦେବାଶିଷ ଙ୍କୁ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ , ଜିଲ୍ଲା ଛାତ୍ରବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ଓ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।


