ବିଜେଡିର ମିଶ୍ରଣ ପର୍ବ ଦଳରେ ଯୋଗ ଦେଲେ

ବାଲେଶ୍ୱର, (ସରୋଜ ପଣ୍ଡା) : ବିଜୁ ଜନତା ଦଳ ସଦର ଶାଖା ପକ୍ଷରୁ ଏକ ମିଶ୍ରଣ ପର୍ବ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗତ ସଦର ଉପ-ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଯୁବନେତା ଭାଗ୍ୟଉଦିତ ଦାସପଟ୍ଟନାୟକ, ଛାତ୍ରନେତା ବିଭୂଦତ୍ତପରିଡ଼ା, ସଞ୍ଜୀବ ହୈଟ, ସମରଜିତ ପାତ୍ର, ପ୍ରଦୋଷ ମହାନ୍ତି, ବିକାଶ ବେହରା, ବିଶ୍ୱଜିତ ବେହେରା, ସୁଜନ କୁମାର ଜେନା, ଯୋଗେଶ ଦାସ, ବିଦ୍ୟାଜ୍ୟୋତି ମହାନ୍ତି, ଅଜୟ ନାୟକ, ସତ୍ୟପ୍ରକାଶ ନାୟକ, ଗତିରାଜ ନାୟକ ପ୍ରମୁଖଙ୍କ ସମେତ ୩ଶହରୁ ଊର୍ଦ୍ଧ୍ୱ ଛାତ୍ରନେତା ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି । ସଦର ବିଧାୟକ ସ୍ୱରୂପ କୁମାର ଦାସ ନବାଗତ ଯୁବନେତା ଓ ଛାତ୍ରନେତାଙ୍କୁ ଦଳୀୟ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଯୁବକର୍ମୀଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳକୁ ନିଶ୍ଚିତ ସଫଳତା ଆଣିଦେବ ବୋଲି ବିଧାୟକ ଶ୍ରୀ ଦାସ ଆଶା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମଳ ଭାବମର୍ତ୍ତି ଓ ଦୀର୍ଘ ବର୍ଷର ସ୍ୱଚ୍ଛ ଶାସନରେ ଅନୁପ୍ରାଣୀତ ହୋଇ ସେମାନେ ବିଜେଡିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବା ନବାଗତ ଯୁବ ଓ ଛାତ୍ର ନେତାମାନେ ଏହି ଅବସରରେ ପ୍ରକାଶ କରିଥିଲେ । ତେବେ ଦଳର ନୀତି ନିୟମ ସମ୍ବିଧାନକୁ ସମ୍ମାନ ଦେଇ କାର୍ଯ୍ୟ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଳକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ଜିଲା ବିଜେଡି ଉପ-ସଭାପତି ଗୌରୀ କୁମାର ରାଉତ, ବିଜେଡି ଟାଉନ ମହିଳା ସଭାପତି ମୀନା ମହାନ୍ତି, ବିଜେଡି ସଦର ବ୍ଲକ ସଭାପତି ବସନ୍ତ କୁମାର ପଣ୍ଡା, ମନୋଜ କୁମାର ରାଉତ, ବ୍ଳକ ଯୁବ ସଭାପତି ଦିଲୀପ ମହାନ୍ତି, ଟାଉନ ଯୁବ ସଭାପତି ରମାଶଙ୍କର ତିଆଡ଼ି, ଯୁବନେତା ଶକ୍ତିପଦ ରାୟ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଯୋଗଦେଇ ନବାଗତ ଛାତ୍ର-ଯୁବ ନେତାଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ