ବିଜେଡି ଯୁବ ସଭାପତି ସାସନମ ଲିଙ୍ଗରାଜ ଙ୍କ ଗୁମ୍ମା ବ୍ଲକ ଗସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସାସନମ ଲିଙ୍ଗରାଜ ଗୁମ୍ମା ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ମନିଲାଲ୍ ଲିମା ଙ୍କ ବାପା ଙ୍କ ମୃତ୍ୟୁ ଯୋଗୁ ଗୁମ୍ମା ଗସ୍ତ କରି ପରିବାର ର ସଦସ୍ୟ ମାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ତତ୍ ସହିତ ସେରଙ୍ଗ ଗ୍ରାମ ପଞ୍ଚାୟତ ଗସ୍ତ କରି ଉକ୍ତ ଗ୍ରାମର ବିଜୟୱାଦା ଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ହଠାତ୍ ଏକ ଦୁର୍ଘଟଣା ରେ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ରୀଙ୍କୁ ଛିଞ୍ଚାଣୀ ଙ୍କ ପରିବାର ସଦସ୍ୟ ଓ ହାଇଦ୍ରାବାଦ ବିବି ନଗର ଷ୍ଟେସନ ରେ ଦୁର୍ଘଟଣା ର ଶିକାର ହୋଇ ଦୁଇଟି ଗୋଡ଼ ଓ ଗୋଟିଏ ହାତ ହରାଇଥିବା ଦାଦନ ଶ୍ରମିକ ଜେଫତ ନାଗ ଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ବିଜେଡି ଗୁମ୍ମା ବ୍ଲକ ଯୁବ ସଭାପତି ନୀରୋଜ କୁମାର ଷଡ଼ଙ୍ଗୀ ଓ ପଞ୍ଚାୟତର ବରିଷ୍ଠ ଓ ଯୁବ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ