ବିଜେପି ଦଳ ପକ୍ଷରୁ ମିଶ୍ରଣ ପର୍ବ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା)- ଗୁରୁବାର କୋଣାର୍କ ବସ ଷ୍ଟାଣ୍ଡ ନିକଟରେ ବିଜେପି ପାର୍ଟି ଅଫିସରେ କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ରବି ମଲ୍ଲିକ ଶିମିଳି ପଞ୍ଚାୟତର ବୈକୁଣ୍ଠ ଦାସ ଓ କିଶୋର ବେହେରାଙ୍କ ନେତୃତ୍ବରେ ଆଜି ମହଲପଡା ପଞ୍ଚାୟତର କଂଗ୍ରେସ ଓ ବିଜେଡି କର୍ମୀ ଶ୍ରି ପରେଶ କୁମାର ମହାନ୍ତି, ଉଲ୍ଲାସ ବିଶ୍ଵାଳ, ହରିହର ପ୍ରଧାନ, ଅଜୟ କୁମାର ନାୟକ, ସୁବ୍ରତ ମାଝୀ, ବାବାଜୀ ସାହୁ, ଜୟନ୍ତ ନାୟକ ପ୍ରମୁଖ ତିରିଶ ଜଣ ନେତୃ ବୃନ୍ଦ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି। ସେମାନଙ୍କୁ ପୂର୍ବତନ ବିଧାୟକ ଶ୍ରୀ ରବି ମଲ୍ଲିକ ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ପରେ ବିଜେପି ଦଳକୁ କେମିତି କୋଣାର୍କ କାକଟପୁର ନିର୍ବାଚନ ମଣ୍ଡଳୀରେ ଦଳକୁ କିଭଳି ଭାବେ ଆଗକୁ ସଦୃଢ଼ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ମିଶ୍ରଣ ପର୍ବ କାର୍ୟ୍ୟକ୍ରମ କୁ କୋଣାର୍କ ବିଜେପି ମଣ୍ଡଳର ସଭାପତି ସୁକାନ୍ତ କୁମାର ନାୟକ ଓ ଶିମିଳି ପଞ୍ଚାୟତର ସଭାପତି ବିଜୟ ଦାସ,ଏବଂ ଶିମିଳି ପଞ୍ଚାୟତର ବିଜେପି କର୍ମୀ ଜୟନ୍ତ କୁମାର ସେଠ୍ ପରିଚାଳନା କରିଥିଲେ।


