ବିଜେପି ସମର୍ଥିତ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ବିଜେଡି ରେ ଯୋଗଦାନ
ନିମାପଡ଼ା, (ସନ୍ତୋଷ ଦାଶ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ବଚ୍ଛଶାସନ,କାକଟପୁର ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଙ୍କଦୃଢ଼ ନେତୃତ୍ୱ ଉପରେ ଆସ୍ଥା କରି ପୁରୀ ଜିଲ୍ଲା ଗୋପ ବ୍ଲକ ବନାଖଣ୍ଡି ଗ୍ରାମ ପଞ୍ଚାୟତ ର ବିଜେପି ଦଳ ସମର୍ଥିତ ସରପଞ୍ଚ ଶ୍ରୀମତୀ ପ୍ରଜ୍ଞା ପାରମିତା ନାୟକ, ସମିତି ସଭ୍ୟ ପ୍ରାଥୀ ପ୍ରଶାନ୍ତ ନାୟକ ତାଙ୍କ ଶତାଧିକ ଦଳୀୟ ସମର୍ଥକ ଙ୍କ ସହିତ ବିଜେଡ଼ି ଦଳ ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ସରପଞ୍ଚ ଓ ତାଙ୍କ ସମର୍ଥକ ମାନଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ଓ ଉପାଧ୍ୟକ୍ଷ ଶ୍ରୀ ନାୟକ ବେକରେ ଦଳୀୟ ଉତ୍ତରୀୟ ପକାଇ ଦଳ ରେ ସ୍ବାଗତ କରିଥିବା ବେଳେ ଉକ୍ତ ପଞ୍ଚାୟତରେ ବିଜେଡ଼ି ସୁଦୃଢ ହୋଇପାରିଲା ବୋଲି ୧୨ନଂ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାରାଣୀ ସ୍ଵାଇଁ ପ୍ରକାଶ କରିଛନ୍ତି।


