ବିଦ୍ୟୁତ ଆଘାତ ରେ ଯୁବକଙ୍କମୃତ୍ୟୁ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବଡନିନିଗା ଗ୍ରାମରେ ଆଜି ଅପରାହ୍ନରେ ଏକ ଅଘଟଣ ଘଟିଛି।ଘରେ ବିଦ୍ୟୁତ୍ କାମ କରୁଥିବାବେଳେ ମେସିନ ସଟହୋଇ ବାମନାଳ ଦଳିତ ସାହିର ଦିଲ୍ଲୀପ କୁମାର ଭୋଇ(୪୫) ନାମକ ଯୁବକଙ୍କ ର ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ବାମନାଳ ଦଳିତ ସାହିର ଦିଲ୍ଲୀପ ବଡନିନିଗା ର ରଞ୍ଜନକୁମାର ଛାଟୋଇଙ୍କ ଘର ଓୟାରିଙ୍ଗ କାର୍ଯ୍ୟ କରୁଥିଲେ । କାନ୍ଥ ଖୋଳୁଥିବା ସମୟରେ ମେସିନ ଜାମ ହେବାରୁ ଦିଲ୍ଲୀପ ମେସିନକୁ ସେହିଠାରେ ଖୋଲି କାମ କରୁଥିବାବେଳେ ମେସିନ ରୁ ଦିଲ୍ଲୀପଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ରଞ୍ଜନଙ୍କ ଘରଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀପଙ୍କୁ ଚିକିତ୍ସା ଲାଗି ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ନିମାପଡ଼ା ପୋଲିସ ପହଞ୍ଚି ଶବ ଜବତ କରିଛି।


