ବିପଦପୁର୍ଣ ଘାଟିର ୨ ଶହ ଫୁଟ ତଳକୁ ଖସିଲା ଟ୍ରକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକର ଉଚ୍ଚ ପାହାଡିଆ ବୁଲାଣିଆ ଘାଟିରେ ଆଜି ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି. ଟ୍ରକଟି ଘାଟିରୁ ୨୦୦ ଫୁଟ ତଳକୁ ଖସି ପଡିଛି. ଏହି ଦୁର୍ଘଟଣା ରେ ଟ୍ରକ ଡ୍ରାଇଭର ଅତ୍ୟନ୍ତ ଗୁରୁତର ହୋଇଛନ୍ତି. ତାଙ୍କୁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଆର. ଉଦୟଗିରି ଡାକ୍ତରଖାନା ତରଫରୁ ସୂଚନା ମିଳିଛି. ଘଟଣାରୁ ପ୍ରକାଶ ଆନ୍ଧ୍ର ପ୍ରଦେଶରୁ ଏକ ୧୦ ଚକା ବିଶିଷ୍ଟ ସିମେଣ୍ଟ ବୋଝେଇ ଟ୍ରକ ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକରେ ଥିବା ଛେଲିଗଡ଼ ପ୍ରକଳ୍ପ କାର୍ଯ୍ୟ ପାଇଁ ଯାଉଥିଲା. ଆଜି ଗୁରୁବାର ସକାଳ ୮ ଘଣ୍ଟା ସମୟରେ ଆର. ଉଦୟଗିରି ଠାରୁ ମାତ୍ର କିଛି ଦୂରରେ ରହିଥିବା ବାଦପୁର ଘାଟିର ବିପଦପୂର୍ଣ ବୁଲାଣିରେ ଆନ୍ଧ୍ର ଡ୍ରାଇଭର ଜଣକ ଭରସାମ୍ୟ ରକ୍ଷ କରି ନ ପାରିବାରୁ ଘାଟିରୁ ୨ ଶହ ଫୁଟ ତଳକୁ ଟ୍ରକଟି ଓଲଟି ପଡିଥିଲା. ଏଥିରେ ଆନ୍ଧ୍ର ଟ୍ରକ ଡ୍ରାଇଭର ନାଗ ରାଜ ଅତ୍ୟନ୍ତ ଗୁରୁତର ହୋଇଥିଲେ. ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆର. ଉଦୟଗିରି ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା. ସମ୍ପୂକ୍ତ ବାଦପୁର ଘାଟିର ବିପଦ ପୂର୍ଣ ବୁଲାଣିଆ ରାସ୍ତାରେ ଏଭଳି ଭାବେ ବହୁତ ଦୁର୍ଘଟଣା ଘଟି ଆସିଛି. ପ୍ରଥମକରି କିମ୍ବା ନୂତନ ଭାବେ ଏହି ଘାଟି ଦେଇ ଯାତାୟାତ କରୁଥିବା ଡ୍ରାଇଭରମାନେ ବୁଲାଣିଆ ରାସ୍ତାକୁ ଜାଣି ପାରୁ ନ ଥିବା ଯୋଗୁଁ ଏଭଳି ଦୁର୍ଘଟଣା ବଢ଼ି ଚାଲିଛି. ଜିଲ୍ଲା ପ୍ରଶାସନ ତଥା ଦାୟିତ୍ୱରେ ଥିବା ସମ୍ପୃକ୍ତ ବିଭାଗ ଏଥିପ୍ରତି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସର୍ବ ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ