ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ତାର, ଦୂର୍ଘଟଣା ଘଟିବାର ଆଶଙ୍କା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ପଞ୍ଚାୟତର ମୁଷାଡିହା ଗ୍ରାମର ଦିଲ୍ଲିପ ଦାଶଙ୍କ ଘର ପାଖରୁ ଗ୍ରାମ ଭିତରକୁ ଯାଇଥିବା ଏଲଟି ଲାଇନ ବିଦ୍ୟୁତ ତାର ଉପରେ ଏକ ବାଉଁଶ ବୁଦା ଶୋଇରହିଛି । ଏହି ବାଉଁଶ ବୁଦାଟି ହେଉଛି ଦିଲ୍ଲିପ ଦାଶଙ୍କର । ପବନ ବହିଲେ ବାଉଁଶ ଗୁଡିକ ୫/୬ଫୁଟ୍ ତଳକୁ ଅଣେଇ ହୋଇ ଆସୁଛି । ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏହାବ୍ୟତିତ ଶ୍ରୀ ଦାଶଙ୍କ ଘର ନିକଟରୁ ପୂର୍ବ ପାଶ୍ୱର୍କୁ ଯାଇଥିବା ଏହି ବିଦ୍ୟୁତ ତାରରୁ ସଂଯୋଗ ନେଇଥିବା ଉପଭୋକ୍ତାମାନେ ବିଭିନ୍ନ ସମୟରେ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ସେହି ଗ୍ରାମର ବିଦ୍ୟୁତ ଉପଭୋକ୍ତା ନିତ୍ୟାନନ୍ଦ ଦାଶ, ହୃଷିକେଶ ସାହୁ, ଅଗଣି ସାହୁ, ମିନତୀ ଦାଶ, କେଶବ ଚନ୍ଦ୍ର ଦାଶ, ଭ୍ରମରବର ଦାଶ ପ୍ରମୁଖ ମାର୍ଶାଘାଇ ମଣ୍ଡଳ ଉନ୍ନୟନ ଅଧିକାରୀ, ଟିପିସିଓଡିଏଲ କନିଷ୍ଠ ଯନ୍ତ୍ରୀ, ନୂଆପଡା ଓ ମାର୍ଶାଘାଇ ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ