ବିଭିନ୍ନ ସମସ୍ୟା ପାଇଁ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଲେତିଙ୍ଗିଆ ଗ୍ରାମବାସୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତବାସୀ ବ୍ଲକ ପ୍ରଶାସନ ନିକଟରେ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ବହୁବାର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି। ଗ୍ରାମର ମୁଖ୍ୟ ସମସ୍ୟା ପଞ୍ଚାୟତ ଗୃହ ଦୀର୍ଘ ୭ ବର୍ଷ ହେବ ଅଧପନ୍ତରିଆ ହୋଇ ରହିଛି। ଉକ୍ତ ଘରକୁ ଠିକାଦାର ଜଣଙ୍କ ଗୋଦାମ ଘର କରି ନିଜ କବ୍ଜାରେ ରଖିଛନ୍ତି। ଫଳରେ ଗ୍ରାମବାସୀ ଏକ ଟଙ୍କିଆ ଚାଉଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଗ୍ରାମରେ ୫ଟି ସ୍କୁଲ ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ଅତି ନିମ୍ନ ମାନର ହୋଇ ଥିବା ଯୋଗୁଁ କାନ୍ଥ ଗୁଡ଼ିକ ଫାଟିବା ଦେଖା ଗଲାଣି। ନେଟୱର୍କ ଠିକ ଭାବରେ ଚାଲୁନଥିବା ଯୋଗୁଁ ଛାତ୍ରଛାତ୍ରୀ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ଅଧ୍ୟୟନ କରିବାରେ ବଞ୍ଚିତ ରହିଛନ୍ତି।ଏହା ସହ ପଂଚାୟତରେ ଏକ ଶିଶୁଙ୍କ ନିମନ୍ତେ ନିମ୍ନ ମାନର ପାର୍କ ନିର୍ମାଣ କରାଯାଇ ଉକ୍ତ ସମସ୍ୟା ବ୍ଲକ ପ୍ରଶାସନଙ୍କୁ ଜଣାଇ ଥିଲେ ମଧ୍ୟ ସମସ୍ତ ସମସ୍ୟାକୁ ଅଣଦେଖା କରାଯାଉଥିବା ସରପଞ୍ଚ କୁନାଲ ମଲିକ ଅଭିଯୋଗ କରିଛନ୍ତ। ଉକ୍ତ ସମସ୍ୟା ସମ୍ପର୍କରେ କ.ନୂଆଗାଁ ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଗଲା ନାହିଁ । ଫଳରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ ରୀନା ପ୍ରଧାନଙ୍କୁ ସାକ୍ଷାତ କରି ପଂଚାୟତର ସମସ୍ତ ସମସ୍ୟା ସମ୍ପର୍କରେ ଜଣାଇ ଲିଖିତ ଅଭିଯୋଗ କରିଛନ୍ତି। ନିର୍ବାଚନ ପୂର୍ବରୁ ସମସ୍ତ ଦାବି ପୂରଣ କରାନଗଲେ ଭୋଟ ବର୍ଜନ କରାଯିବ ବୋଲି ସିମାଞ୍ଚଳ ପ୍ରଧାନ, ଥମାସ ପ୍ରଧାନ, ବଳରାମ ପ୍ରଧାନ, ପ୍ରିୟ ଦର୍ଶନୀ ପ୍ରଧାନ, ପ୍ରଭାକର ବିନ୍ଧାଣି, ଇସାକ ଡିଗାଲ ହାଡ଼ିପ। ବିନ୍ଧାଣି, ତପର।ନଣି ମଲିକ,ସାରଙ୍ଗ ଧର ପ୍ରଧାନ, ସହଦେବ ମଲିକ ପ୍ରମୁଖ ପଂଚାୟତବାସୀ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ