ବିଶାଳ ସ୍ୱାସ୍ଥ୍ୟ ମେଳା ପାଇଁ ପ୍ରସ୍ତୁତି ଚୂଡାନ୍ତ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ, ବାବା ଆଖଣ୍ଡଳମଣି ଧାମ ଆରଡ଼ି ସନ୍ନିକଟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର ପରିସରରେ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଓ ସଚେତନତା ଶିବିର ଆସନ୍ତା ୨୪.୧୨,୨୦୨୩ ରବିବାର ଅନୁଷ୍ଠିତ ହେବ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଖ୍ୟାତନାମା ଡାକ୍ତର ମାନେ ଯୋଗଦେଇ ୧୭ ଟି ରୋଗ ବିଭାଗ ଜରିଆରେ ରୋଗୀ ମାନଙ୍କୁ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି ।ରୋଗୀମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାପାଇଁ ମଧ୍ୟ ଵ୍ୟଵସ୍ଥା ହୋଇଛି । ଏ ନେଇ ଶିଶୁ ହୃଦଶଲ୍ୟ ବିଶେଷଜ୍ଞ ଡାକ୍ତର ହେମନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଆରଡ଼ି ସତସଙ୍ଗ ବିହାରରେ ଅନୁଷ୍ଠିତ ହୋଇଯାଇଛି । କର୍ମକର୍ତା ଭାବେ ଡାକ୍ତର ରାଧା ମାଧବ ମିଶ୍ର,ସୁଧାଂଶୁଶେଖର ରାଉତ, ନାରାୟଣ ଚନ୍ଦ୍ର ବେହେରା,ମହେନ୍ଦ୍ର ପ୍ରସାଦ ବେହେରା,ଡକ୍ଟର ସୁଦର୍ଶନ ବାରିକ ,ସୁଧାଂଶୁ ସାହୁ,ରମେଶ ମହାନ୍ତି,ଚିତ୍ରଭାନୁ ଦାସ,ସଦାଶିବ ମହାପାତ୍ର, ସତ୍ୟରଞ୍ଜନ ମହାପାତ୍ର,ଦୀପ୍ତିରଞ୍ଜନ ନାୟକ ,ଶ୍ରୀନିବାସ ତ୍ରିପାଠୀ, ସୁଭକାନ୍ତ ନାୟକ, ସୁଧୀର ଖଟୁଆ, ପ୍ରଫୁଲ୍ଲ ବେହେରା,ଅଶୋକ ନାୟକ,ଆନନ୍ଦ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଙ୍କ ଉପସ୍ଥିତିରେ ବ୍ୟାପକ ଭାବେ ପ୍ରସ୍ତୁତି ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।


